Home କେନ୍ଦୁଝର ପ୍ରତିଦ୍ୱନ୍ଦିତା ଭିତ୍ତିରେ ଚାଲିଛି ବେନିୟମ ବାଲିଘାଟ, କୋଟି କୋଟି ଟଙ୍କାର ରାଜସ୍ୱହାନୀ, ତହସିଲ କର୍ତ୍ତୁପକ୍ଷ ନିରବଦ୍ରଷ୍ଟା

ପ୍ରତିଦ୍ୱନ୍ଦିତା ଭିତ୍ତିରେ ଚାଲିଛି ବେନିୟମ ବାଲିଘାଟ, କୋଟି କୋଟି ଟଙ୍କାର ରାଜସ୍ୱହାନୀ, ତହସିଲ କର୍ତ୍ତୁପକ୍ଷ ନିରବଦ୍ରଷ୍ଟା

153

ହାଟଡ଼ିହି, ୨୭ । ୬ : ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ ଏବେ ପ୍ରତିଦ୍ୱନ୍ଦିତା ଭିତ୍ତିରେ ଚାଲିଛି ଅନେକ ବେଆଇନି ବଲିଘାଟ । ଗୋଟିଏ ନୁହଁ କି ଦୁଇଟି ନୁହଁ ଯେ ଯେଉଁଠି ପାରିଲା ସେଠି ବାଲି ଉଠାଇଲା, ବାରଣ କରିବାକୁ କେହି ନାହିଁ । ତହସିଲ କର୍ତ୍ତୁପକ୍ଷ ସବୁ ଜାଣି ମଧ୍ୟ ଅଜଣା ମଧ୍ୟ ନିରବଦ୍ରଷ୍ଟା । ପୁଲିସ କଥା ନକହିବା ଭଲ । ସ୍ଥାନୀୟ ଅଞ୍ଚଳବାସୀ ଏନେଇ ଅଭିଯୋଗ କରିକରି ଥକି ପଡିଲେଣି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ବିଶେଷକରି ବୈତରଣୀ ପୋଲ ତଳୁ ବାଲି ଉତ୍ତୋଳନ କରାଯାଉଥିବାରୁ ପୋଲର ପିଲର ଉପରେ ଏହା ପ୍ରଭାବ ପକାଇବ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।
ଖବରରୁ ଜଣାଯାଇଛି ଯେ ତହସିଲ ପକ୍ଷରୁ ହାବଳେଶ୍ୱର ଓ ଡିମିରିଆ ବାଲି ଘାଟ ଦୁଇଟିକୁ ୫ବର୍ଷୀୟା ଲିଜ ସୁତ୍ରରେ ଲି ଦିଆଯାଇଛି । କିନ୍ତୁ ଲିଜଧାରୀ ମାନେ ମନଇଛା ବାଲି ଉତ୍ତୋଳନ କରିବା ସହିତ ସରକାରଙ୍କ କୌଣସି ନିତିନିୟମ ମାନୁ ନାହାନ୍ତି । ଦୈନିକ ଯେତିକି ପରିମାଣର ବାଲି ଉଠାଇବା ପାଇଁ ଅନୁମତି ପାଇଛନ୍ତି ତାହାଠାରୁ ଢ଼େରଗୁଣ ଅଧିକା ବାଲି ଉତ୍ତୋଳନ କରୁଛନ୍ତି । ତହସିଲ ପକ୍ଷରୁ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଉଭୟ ଘାଟରେ ଦୁଇ ତିନୋଟି ଲେଖାଏଁ ଜେସିପି ମେସିନି ଲଗାଯାଇ ବାଲି ଉତ୍ତୋଳନ କରାଯାଉଛି । ସେହିପରି ଏବେ ଡିମିରିଆ, ମଝିଗାଁ, ଜମ୍ଭରା, ବାଲିପଦା, ସମଣା, ତରଭା ଆଦି ସ୍ଥାନ ମାନଙ୍କରେ ବେଆଇନି ଘାଟ କରାଯାଇ ବାଲି ଉତ୍ତୋଳନ କରାଯାଉଛି । ପ୍ରତି ଗ୍ରାମର କିଛି କିଛି ଲୋକମାନେ ସଂଘବଦ୍ଧ ହୋଇ ବେଆଇନ ବାଲିଘାଟ ଚଲାଉଛନ୍ତି । ଫଳରେ ଦୈନିକ ଶହଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି । ବିଶେଷକରି ପୋଲର ଗୋଟିଏ ପଟେ ଡିମିରିଆ ଗାଁ ଲୋକେ ବାଲି ଉତ୍ତୋଳନ କରୁଥିବାବେଳେ ଅନ୍ୟପଟେ ଜମ୍ଭରା, ମଝିଗାଁ ଓ ଶାଳବଣୀର କିଛି ଗ୍ରାମବାସୀ ମିଶିକରି ବାଲି ଉତ୍ତୋଳନ କରୁଛନ୍ତି । ବୈତରଣୀ ନଦୀର ମଥୁରାପୁର ପୋଲ ତଳୁ ବାଲି ଉତ୍ତୋଳନ କରାଯାଉଥିବାରୁ ପୋଲର ପିଲର ଗୁଡିକ ଉପରେ ଏହାର ପ୍ରଭାବ ପଡିବା ଆଶଙ୍କା ଦେଖା ଦେଇଛି । ପୁର୍ବରୁ ଗୋଟିଏ ପିଲର ଦବି ଯାଉଥିବାବେଳେ ପୋଲଟି ବିପଦ ଶଙ୍କୁଳ ହୋଇ ପଡିଥିଲା । ଏବେ ପୁନର୍ବାର ଏପରି ବାଲି ଉତ୍ତୋଳନ ଦ୍ୱାରା ଅଧିକ ସଂଖ୍ୟକ ପିଲର ଦବିଯିବା ଆଶଙ୍କା ଦେଖା ଦେଇଛି । ସେହିପରି ଦୈନିକ ଶହଶହ ସ୍ଥାନୀୟ ଅଞ୍ଚଳର ରାସ୍ତା ଗୁଡିକ ବିପର୍ଯ୍ୟସ୍ଥ ହୋଇ ପଡିଛି । ଗତ କିଛିଦିନ ପୁର୍ବରୁ ନିର୍ମାଣ ହୋଇଥିବା ମଥୁରାପୁର ପୋଲ ଠାରୁ ଡିମିରିଆ ପର୍ଯ୍ୟନ୍ତ ସୁନ୍ଦୁରିଆ ପିଚୁ ରାସ୍ତାଟି ଦିନ କେଇଟା ଭିତରେ ନଷ୍ଟ ହୋଇ କାଦୁଅ ରାସ୍ତାରେ ପରିଣତ ହୋଇଗଲାଣି । ସାଧାରଣ ଲୋକଟିଏବି ସାଇକେଲ ନେଇ ଯିବା ଆସିବା କରିବା ସମ୍ଭବପର ହେଉ ନାହିଁ । ଏନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନୀକଟରେ ଅଭିଯୋଗ କରିଥିଲେବି କୌଣସି ସୁଫଳ ମିଳିପାରି ନାହିଁ । ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ବାଲିଘାଟ ଗୁଡିକୁ ଜବଦ କରିବା ଦିଗର ପଦକ୍ଷେପ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.