Home କଳାହାଣ୍ଡି ଜୁନାଗଡ ଆରଏମସିର ଅନିୟମିତତା ସଂପର୍କରେ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ...

ଜୁନାଗଡ ଆରଏମସିର ଅନିୟମିତତା ସଂପର୍କରେ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ

120

କଳାହାଣ୍ଡି, ତା.୨୨.୦୧.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ରେ ବ୍ୟାପକ ଆଥ୍ରôର୍କ ଅନିୟମିତତା, କର୍ମଚାରୀ ନିଯୁକ୍ତିରେ ପ୍ରୀୟା ପ୍ରୀତି ତୋଷଣ କାରବାର,ଗୋଦାମ ନିର୍ମାଣ ଓ ସାମଗ୍ରୀ କିଣାରେ ବ୍ୟାପକ ହେରାଫେରୀ, ସରକାରୀ ନିୟମକୁ ଉଲ୍ଲଂଘନ କରି ଖର୍ଚ୍ଚ କରାଯାଇଥିବା ଆଦି ବିଭିନ୍ନ ଆର୍ଥôକ ଅନିୟମିତତା ସଂପର୍କରେ ତଦନ୍ତ କରି ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାନ୍ୟବର ଓଡିଶା ହାଇକୋର୍ଟ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । କୃଷିଜାତ ସାମଗ୍ରୀର ବଜାର ବ୍ୟବସ୍ଥା କରିବା ପାଇଁ ବିକ୍ରୀ ମୂଲ୍ୟର ଶତକଡା ଦୁଇ ଭାଗ ଅର୍ଥ ଆରଏମସିକୁ ମାର୍କେଟ ଫିଜ ଆକାରରେ ଦିଆଯାଇଥାଏ । ଏହି କ୍ରମରେ ଜୁନାଗଡ ଆରଏମସିରେ ବାର୍ଷିକ ପ୍ରାୟ ଦଶ କୋଟୀ ଟଙ୍କା ମାର୍କେଟ ଫିଜ ଆଦାୟ ହେଉଥିବା ବେଳେ ସେହି ଅର୍ଥରେ ଜୁନାଗଡ ଆରଏମସି ଅଧିନରେ ଥିବା ବଜାର ପ୍ରାଙ୍ଗଣ ଗୁଡିକର ନିର୍ମାଣ ତଥା ବିଭିନ୍ନ ସାମଗ୍ରୀ ସବୁ କିଣାଯାଇଥାଏ । ଗତ ୨୦୦୩ ମସିହାରେ ଜୁନାଗଡ ନୂତନ ବଜାର ପ୍ରାଙ୍ଗଣରେ ଛଅ ଗୋଟି ଗୋଦାମ ଗୃହ ନିର୍ମାଣ କରାଯାଇଥିବା ବେଳେ ତାହା ୨୦୦୯ ମସିହାରେ ମରାମତି କରାଯାଇଥିଲା । ସେହି ଗୋଦାମ ଗୃହ ଗୁଡିକ ପୁନର୍ବାର ୨୦୧୩ ମସିହାରେ ୩୩ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯାଇଥିବାର ଜଣାପଡିଥିଲା । ଜୁନାଗଡସ୍ଥିତ ମୂଖ୍ୟ ବଜାର ପ୍ରାଙ୍ଗଣର ପୁରୁଣା ବାଉଣ୍ଡ୍ରୀ ୱାଲ ଉପରେ ମାତ୍ର ଦୁଇଫୁଟ ଉଚ୍ଚ କରିଦେଇ ସମଗ୍ର ୱାଲ ନିର୍ମାଣ କରାଯାଇଥିବା ବିଲ ଉଠାଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଧାନ ମଣ୍ଡି କାରବାର ପରେ କୌଣସି ଡିଏଲଆର କିମ୍ବା ଦିନ ମଜୁରିଆ ଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ଓସାମା ବୋର୍ଡ ପକ୍ଷରୁ ସର୍କୁଲାର ନଂ୨୨୧୩/ତା.୧୩.୦୮.୨୦୧୮ ଦ୍ୱାରା ନିର୍ଦେଶ ଦିଆଯାଇଥିବା ବେଳେ ଜୁନାଗଡ ଆରଏମସିରେ ବର୍ଷ ତମାମ ଡିଏଲଆର ମାନଙ୍କୁ ବିନା କୌଣସି କାର୍ଯ୍ୟରେ ମଧ୍ୟ ପ୍ରତି ମାସରେ ଦରମା ଦିଆଯାଉଛି । କର୍ମଚାରୀ ନିଯୁକ୍ତିରେ କିକବେକ ହୋଇଥିବା ଚର୍ଚ୍ଚା ହେଉଛି । ସେହିପରି ଓଡିଶା ସରକାରଙ୍କ ଅର୍ଥ ବିଭାଗ ସର୍କୁଲାର ନଂ.୬୦୬୨/ତା.୧୨.୦୩.୨୦୧୮ କୁ ଖୋଲା ଖୋଲି ଉଲ୍ଲଂଘନ କରାଯାଇ କର୍ମଚାରୀ ମାନଙ୍କ ବକେୟା ଦରମା ବାବଦ ସମସ୍ତ ଅର୍ଥ ପ୍ରଦାନ କରାଯାଇଛି ।
ଯେଣତେଣ ପ୍ରକାରେ ନିର୍ମାଣ ସାରିଦେଇ ଟଙ୍କା ଖର୍ଚ୍ଚ କରିଦବା ଉଦେ୍ଦଶ୍ୟରେ ଜୁନାଗଡ ଆରଏମସି କିମ୍ବା ଡିଆରସିଏସଙ୍କ ନାମରେ ଜମି ନଥାଇ ସରକାରୀ ଜମି ଓ ଗୋଚର ଜମିରେ ମଧ୍ୟ ଅତ୍ୟନ୍ତ ତରବରିଆ ଭାବେ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ସୁହାଇବା ଢଙ୍ଗରେ ଅନେକ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ସର୍ବୋପରି ଜୁନାଗଡ ଆରଏମସିରେ ସମ୍ପାଦକ ବଦଳି ହେବାପରେ ଅନ୍ୟାନ୍ୟ ବରିଷ୍ଠ କର୍ମଚାରୀ ମାନଙ୍କୁ ଉପେକ୍ଷା କରାଯାଇ କନିଷ୍ଠ ହିସାବ ରକ୍ଷକ ଙ୍କୁ ଭାରପ୍ରାପ୍ତ ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଥିଲା । ଆର୍ଥôକ ବିଧି ବ୍ୟବସ୍ଥା ଅନୁଯାୟୀ ଆରଏମସିର ଆର୍ଥôକ କାରବାର ଏବଂ ଟ୍ରେଜରୀ କାରବାର ଡବଲ ଲକ ସିଷ୍ଟମରେ କରାନଯାଇ କେବଳ ଜଣେ ମାତ୍ର କର୍ମଚାରୀ ହିସାବ ରକ୍ଷକ ତଥା ଭାରପ୍ରାପ୍ତ ସମ୍ପାଦକ ଭାବେ ତୁଳାଉଥିବା ହେତୁ ଏସବୁ ଆର୍ଥôକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଗୋଦାମ ଗୁଡିକ ଭଡାରେ ଦେବାପାଇଁ ଯଥେଷ୍ଟ କିକବେକ ହେଉଥିବା ମଧ୍ୟ ଅଭିଯୋଗ ହେଉଥିଲା । ଏହା ବ୍ୟତୀତ ଦାୟୀତ୍ୱରେ ଥିବା ହିସାବ ରକ୍ଷକ ପ୍ରଥମ କରି ଆରଏମସିରେ ନିଯୁକ୍ତି ସମୟରେ ମଧ୍ୟ ସମସ୍ତ ନିୟମ କାନୁନକୁ ଉଲ୍ଲଂଗନ କରାଯାଇଥିବା କୁହାଯାଉଛି । ଏସବୁ ବିଷୟରେ ଅଭିଯୋଗ ହେବାପରେ କଳାହାଣ୍ଡି ଆଂଚଳିକ ବିପଣନ ଅଧିକାରୀ (ଆରଏମଓ) ଗତ ୨୬.୦୪.୨୦୧୮ ରେ ତଦନ୍ତ କରି ଅବିଯୋଗ ଗୁଡିକର ସତ୍ୟତା ଉପଲବଧି କରି ସଂପୃକ୍ତ ହିସାବ ରକ୍ଷକ ଜୁନାଗଡ ଆରଏମସିର ସମ୍ପାଦକ ଦାୟୀତ୍ୱରେ ରହିଲେ ଆରଏମସି ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ମତ ଦେବା ସହ ତାଙ୍କୁ ତୁରନ୍ତ ଅପସାରଣ କାଯିବାକୁ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିଲେ । ହେଲେ ସଂପୃକ୍ତ ହିସାବ ରକ୍ଷକ ନେଇଆଣି ଥୋଇଜାଣିବା ବିଦ୍ୟାରେ ଧୁରନ୍ଧର ହୋଇଥିବା କାରଣରୁ ଓସାମା ବୋର୍ଡରେ ହାତ କରି ସମସ୍ତ ରିପୋର୍ଟକୁ ଚାପି ଦେବାରେ ସଫଳ ହେବା ସହ ନିଜେ ସ୍ଥାୟୀ ସମ୍ପାଦକ ହେବାକୁ ଯୋଜନା କରିଥିଲେ । ଏପରିକି ଜୁନାଗଡ ଆରଏମସି ତାଙ୍କ ନିଜର ଅଫିସ ଏବଂ ଏଠାକୁ ଯିଏ ଆସିଲେ ମଧ୍ୟ ତାଙ୍କ ଅଧିନରେ ରହିଲେ ହିଁ ଆରଏମସିରେ ରହିପାରିବ ଅନ୍ୟଥା ଏଠାରେ କାମ କରିପାରିବ ନାହିଁ ବୋଲି ହିସାବ ରକ୍ଷକ ବାହାସ୍ଫୋଟ ମାରୁଥିବା କୁହାଯାଉଥିଲା । ଏସବୁ ସଂପର୍କରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ହେବାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଜନୈ÷କ ଚାଷୀ ତଥା ସାମାଜିକ କର୍ମୀ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ଡବ୍ଲୁ୍ୟ ପିସି କେଶ ନଂ. ୨୬୩୯୭/୨୦୧୯ ରେ ଜୁନାଗଡ ଆରଏମସିରେ ହୋଇଥିବା ଅନିୟମିତତା ସଂପର୍କରେ ଏବଂ ଆରଏମଓଙ୍କ ତଦନ୍ତ ରିପୋର୍ଟ କାହିଁକି କାର୍ଯ୍ୟକାରୀ କରାଗଲା ନାହିଁ ତାହା ତଦନ୍ତ କରି ଆଗାମୀ ଦେଢମାସ ମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.