Home ଜିଲ୍ଲା ପରିକ୍ରମା ତୈଳ ସଂରକ୍ଷଣ ପାଇଁ ସଚେତନତା

ତୈଳ ସଂରକ୍ଷଣ ପାଇଁ ସଚେତନତା

128

ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ତୈଳ ସଂରକ୍ଷଣ ପାଇଁ ସଚତନତା ଶୋଭା ଯାତ୍ରା ସକ୍ଷମ ସାଇକଲ ଦିବସ ଗତକାଲି ପୁରୀରେ ପାଳିତ ହୋଇଯାଇଛି। ପେଟ୍ରୋଲିୟମ ସଂରକ୍ଷଣ ଗବେଷଣା ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଶୋଭାଯାତ୍ରା ବାହରି ସହର ପରିକ୍ରମା କରିଥିଲା।

ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ନିୟମିତ ସାଇକେଲ ଚାଳନା ଦ୍ୱାରା ଶରୀର ସୁସ୍ଥ ରହିବା ସହ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ ପାଇବ ବୋଲି ବିଧାୟକ ଶ୍ରୀ ଷଢଙ୍ଗୀ ମତବ୍ୟକ୍ତ କରିଥିଲେ। ଭାରତୀୟ ତୈଳ ନିଗମ ମହାପ୍ରବନ୍ଧକ ଦେବୀ ପ୍ରସାଦ ସତପଥୀ ଏବଂ କୁମାର ଜ୍ୟୋତିଙ୍କ ସମେତ ହିନ୍ଦୁସ୍ତାନ ପେଟ୍ରୋଲିୟମ ଉପମହାପ୍ରବନ୍ଦକ ଅଭୟଙ୍କର ଦାସ ଓ ଧମ୍ରେନ୍ଦ ବେଉରା, ରାଜ୍ୟ ମୁଖ୍ୟ ସଞୟ କୁମାର ଶ୍ରମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.