Home କଳାହାଣ୍ଡି ଜୁନାଗଡ ଆରଏମସିରେ ହୋଇଥିବା ଦୁର୍ନୀତି ସଂପର୍କରେ ତଦନ୍ତ ଦାବୀ କରିବାରୁ ଧର୍ମଗଡ ଉପଜିଲ୍ଲାପାଳଙ୍କ ଧମକ ଅଭିଯୋଗ

ଜୁନାଗଡ ଆରଏମସିରେ ହୋଇଥିବା ଦୁର୍ନୀତି ସଂପର୍କରେ ତଦନ୍ତ ଦାବୀ କରିବାରୁ ଧର୍ମଗଡ ଉପଜିଲ୍ଲାପାଳଙ୍କ ଧମକ ଅଭିଯୋଗ

193

ଜୁନାଗଡ ଆରଏମସିରେ ହୋଇଥିବା ଦୁର୍ନୀତି ସଂପର୍କରେ ତଦନ୍ତ ଦାବୀ କରିବାରୁ ଧର୍ମଗଡ ଉପଜିଲ୍ଲାପାଳଙ୍କ ଧମକ ଅଭିଯୋଗ
କଳାହାଣ୍ଡି – ୨୮.୦୬.୨୦୨୦ (ଓଡିଆପୁଅ) ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ ( ଆରଏମସି) ରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାବୀ କରିବାରୁ ଆଏମସି ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳ ଅଭିଯୋଗକାରୀଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଜଣାପଡିଛି । ଦୁର୍ନୀତିଗ୍ରସ୍ତ ହିସାବ ରକ୍ଷକଙ୍କୁ ସୁରକ୍ଷା ଦେବାକୁ ଯାଇ ଧର୍ମଗଡ ଉପଜିଲ୍ଲାପାଳ କୌଣସି ଆପତି ଅଭିଯୋଗ ଶୁଣିବାକୁ ରାଜିନଥିବା ଅଭିଯୋଗ ହେଉଛି ।
ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯୟାଳୟ ପତ୍ର ସଂଖ୍ୟା ୧୬୧୧ ତା.୧୬.୦୫.୨୦୨୦ ରେ ସାଂପ୍ରତିକ କୋଭିଡ-୧୯ ସ୍ଥିତିରେ କୌଣସି ବିଷୟରେ ପତ୍ରାଳାପ ନକରିବାକୁ ଅଭିଯୋଗକାରୀ ଙ୍କୁ ନିଦେ୍ର୍ଦଶ ଦେବା ସହିତ ଆଗାମୀ ଦିନରେ ଯଦିଓ ସେଭଲି ଅଭିଯୋଗ ପତ୍ର ଦାଖଲ କଲେ ବିପର୍ଯ୍ୟୟ ପରିଚାଲନା ଆଇନର ଧାରା ୫୧-୬୦ ତଥା କୋଭିଡ-୧୯ ରେଗୁଲେସନ ଆଇନ ୨୦୧୦ ଏବଂ ଆଇପିସି ୧୮୮ ଧାରାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଜଣାପଡିଛି । ଅଭିଯୋଗକାରୀଙ୍କ ପକ୍ଷରୁ ନିଜର ସୁରକ୍ଷା ପାଇଁ ଏସଂପର୍କରେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆପତି କରିଥିବା ପ୍ରକାଶ ।
ଅଭିଯୋଗରୁ ଜଣାପଡେ ଯେ, ଜୁନାଗଡ ଆରଏମସିରେ ବିଗତ ତିନି ବର୍ଷ ମଧ୍ୟରେ ବ୍ୟାପକ ଅନିୟମିତତା ଏବଂ ଆର୍ଥôକ ହେରାଫେରୀ ହେଉଥିବା ଅଭିଯୋଗ ହୋଇଆସୁଥିଲା । ସଂପାଦକ ଦାୟୀତ୍ୱରେ ଥିବା ହିସାବ ରକ୍ଷକ ବିନା କୌଣସି ଟେଣ୍ଡରକଲ ନୋଟିସ ରେ କୋଟୀ କୋଟୀ ଟଙ୍କାର ସାମଗ୍ରୀ କିଣିବା ସହିତ ମଣ୍ଡି ମାନଙ୍କରେ ସିସିଟିଭି, ୱେବ୍ରିଜ ସ୍ଥାପନ କରାଇ ବ୍ୟାପକ କିକବେକ କରିଥିବା ଅଭିଯୋଗ ହୋଇଥିଲା । କୋଡିଏ ଜଣ ସ୍ଥାୟୀ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଏବଂ କମିଟୀ ରେଜୁଲେସନ ଏବଂ ଓସାମାବୋର୍ଡର ବାରଣ ସତ୍ୱେ ବ୍ୟାପକ କିକବେକ କରାଯାଇ ଆହୁରି କୋଡିଏ ଜଣ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ଦିଆଯାଇ କାମ ନଥିଲେ ମଧ୍ୟ ବର୍ଷତମାମ ସେମାନଙ୍କୁ ନିୟମିତ ଦରମା ଦିଆଯାଉଥିଲା ।
ପ୍ରାୟ ୨୫ କୋଟୀ ଟଙ୍କାର ଉନ୍ନୟନ ମୂଲକ କାର୍ଯ୍ୟ ପାଇଁ କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ସୁହାଇବା ଭଲି ପ୍ଲାନ ଏଷ୍ଟିମେଟ କରାଯାଇ ଭାଗୁଆଲିରେ ତରବରିଆ ବାବେ ସରକାରୀ ଗୋଚର ଜମିରେ କାର୍ଯ୍ୟ ସଂପାଦନ କରିଦିଆଗଲା । ଜୁନାଗଡ ନୂତନ ମେର୍କେଟୟାର୍ଡରେ ଥିବା ଗୋଦାମ ଗୃହ ମରାମତି ନାମରେ ବ୍ୟାପକ ଅର୍ଥ ହେରାଫେରୀ କରାଯାଇଥିବା ବେଳେ ଅଫିସ ଚତୁର୍ପାଶ୍ୱରେ ଥିବା ପୁରୁଣା ବାଉଣ୍ଢ୍ରୀୱାଲୁ ମାତ୍ର ତିନି ଫୁଟ ଉଠାଇ ଦେଇ ସମୁଦାୟ ବିଲ କରିନିଆଯାଇଥିବାଅଭିଯୋଗ ହୋଇଥିଲା । ଏପରିକି ଟାଇପିଷ୍ଟ ଚାକିରୀ ପାଇବାକୁ ଜାଲିଆତି କରି ଟାଇପ ଶିକ୍ଷା ସାର୍ଟିଫିକେଟ ଦାଖଲ କରି ଟାଇପିଷ୍ଟ ଭାବେ ଚାକିରୀ ପାଇଥିବା ଓ ପରବର୍ତୀ ସମୟରେ ହିସାବ ରକ୍ଷକ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । କମିଟୀ ସଭ୍ୟ ମାନେ ହିଁ ଷ୍ଟଡିଟୁରରେ ଯିବାର ନିୟମ ଥିବା ବେଳେ ସଂପାଦକ ଦାୟୀତ୍ୱରେ ଥିବା ହିସାବ ରକ୍ଷକ ନିଜ ମନଇଚ୍ଛା ଦିନ ଧାର୍ଯ୍ୟ କରି ସଭ୍ୟ ମାନଙ୍କ ସହିତ ନିଜ ପସନ୍ଦ ର କର୍ମଚାରୀ ମାନଙ୍କୁ ଷ୍ଟଡିଟୁରରେ ନେଇଥିବା ଅଭିଯୋଗ ହେବା ସହିତ ସପ୍ତମ ବେତନ କମିଶନ ଅନୁଯାୟୀ ଚଂଚକତା କରି କିକବେକ ମାଧ୍ୟମରେ କର୍ମଚାରୀ ମାନଙ୍କୁ ସମୁଦାୟ ବକେୟା ଦରମା ପ୍ରଦାନ କରିଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ମାନ୍ୟବର ମନ୍ତ୍ରୀଙ୍କ ଡାକରା ଥିବା ମିଥ୍ୟା ତଥ୍ୟ ଅଧ୍ୟକ୍ଷଙ୍କ ନିକଟରେ ଉପସ୍ଥାପନ କରି ନିଜସ୍ୱ କାମ ପାଇଁ ଅନ୍ୟତ୍ର ଯାଇଥିବା ଅଭିଯୋଗ ମାନ ହୋଇଥିଲା । ସିସିଡିଟିଏଫ ଯୋଜନାରେ ଆରଏମସି ପକ୍ଷରୁ ପୁରୁଣା ଖଳାକୁ ଦେଖାଇ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କାର ଫଲସ ବିଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏସବୁ ସଂପର୍କରେ ବିଭିନ୍ନ ସ୍ତରରେ ଅଭିଯୋଗ ହେବାପରେ କର୍ତୃପକ୍ଷଙ୍କ ନିଦେ୍ର୍ଦଶକ୍ରମେ କଳାହାଣ୍ଡି ଆରଏମଓ ଜୁନାଗଡ ଆରଏମସିରେ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ ତୁରନ୍ତ ସଂପୃକ୍ତ ହିସାବ ରକ୍ଷକଙ୍କୁ ସଂପାଦକ ପଦବୀରୁ ହଟାଇବା ପାଇଁ ମତାମତ ଦେଇଥିବା ବେଳେ ସେହି ତଦନ୍ତ ରିପୋର୍ଟକୁ ଚପାଇ ଦିଆଯାଇଥିଲା ।

ଏସବୁ ଘଟଣା ସଂପର୍କରେ ବିଭିନ୍ନ ସୂତ୍ରରେ ଆଲୋଚନା ହେଉଥିବା ଜାଣି ଜୁନାଗଡ ସହରର ଜନୈକ ବୁଦ୍ଧିଜୀବି ତ୍ରୀଲୋକ୍ୟନାଥ ପାଣିଗ୍ରାହୀ ଘଟଣାସବୁର ସତ୍ୟାସତ୍ୟ ଜାଣିବା ପାଇଁ ଆରଟିଆଇ ମାଧ୍ୟମରେ ସୂଚନା ପାଇବା ପାଇଁ ଦରଖାସ୍ତ ସବୁ ଦାଖଲ କରିଥିଲେ । ସଂପାଦକ ଦାୟୀତ୍ୱରେ ଥିବା ହିସାବ ରକ୍ଷକ ନିଜକୁ ବଂଚାଇବାକୁ ଯାଇ ଚଂଚକତାର ସହିତ ଅନେକ ଦରଖାସ୍ତର ସୂଚନା ଦେଇନଥିବା ବେଳେ ଅନେକ ଦରଖାସ୍ତର ଆଂଶିକ ସୂଚନା ଦେଇ ହଇରାଣ କରୁଥିଲେ । ଏସବୁ ସଂପର୍କରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କଲେ ତାହା ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖକୁ ତଦନ୍ତ ପାଇଁ ଆସୁଥିଲେହେଁ ଉପଜିଲ୍ଲାପାଳ ଅଫିସରେ ତାହା ଚାପି ହୋଇଯାଉଥିଲା । ଏପରିକି ଓସାମା ବୋର୍ଡ, କଳାହାଣ୍ଡି ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କୁ ମଧ୍ୟ ବେଖାତିର କରି ସଂପୃକ୍ତ ହିସାବ ରକ୍ଷକ କୌଣସି ସୂଚନା ଠିକ ଭାବରେ ଦେଉନଥିଲେ । ଫଳତଃ ଦରକାସ୍ତକାରିଙ୍କ ପକ୍ଷରୁ ଆରଏମସି ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖରେ ଅପିଲ ଦାଖଲ କରିଥିଲେ । ଅଦ୍ୟାବଧି କୌଣସି ଗୋଟିଏ ଅପିଲର ମଧ୍ୟ ଶୁଣାଣି କରାଯାଇନଥିବା ପ୍ରକାଶ । ଏଭଲି ଅନେକ ଗୁରୁତର ଅଭିଯୋଗ ହେବାପରେ ଓସାମା ବୋର୍ଡ ପକ୍ଷରୁ ଜୁନାଗଡ ଆରଏମସି ପାଇଁ ନୂତନ ସଂପାଦକ ନିଯୁକ୍ତି କରାଯାଇଥିବା ଜଣାପଡିଛି । ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଆରଏମସିର ବିଭିନ୍ନ କାର୍ଯ୍ୟରେ ସଂପୃକ୍ତ ହିସାବ ରକ୍ଷକଙ୍କୁ ଭରସା କରୁଥିବା ଏପରିକି ଭିଡିଓ କନଫରେନ୍ସ ମିଟିଂ ମାନଙ୍କୁ ମଧ୍ୟ ସଂପୃକ୍ତ ହିସାବ ରକ୍ଷକଙ୍କୁ ଧରି ଯାଉଥିବା ଅଭିଯୋଗ ହେଉଛି । ମୁଖିଗୁଡା ଆରଏମସିରେ ନିୟମିତ ଭାବେ ବୈଠକ ହେଉଥିବା ବେଳେ ଉପଜିଲ୍ଲାପାଳ ଉଦେ୍ଦଶ୍ୟ ମୂଲକ ଭାବେ ଜୁନାଗଡ ଆରଏମସି କମିଟୀ ବୈଠକ ଡାକୁନଥିବା ଅଭିଯୋଗ ହୋଇଛି । ଏସବୁ ସଂପର୍କରେ ଏବଂ ଆରଟିଆଇ ଅପିଲ ଗୁଡିକର ଶୁଣାଣୀ କରାଯାଇ ନିୟମ ଅନୁଯାୟୀ ଆଦେଶ ଦେବାପାଇଁ ଦରକାସ୍ତକାରୀ ଲିଖିତ ଭାବେ ଉପଜିଲ୍ଲାପାଳଙ୍କ ପାଖରେ ଆପତି କରିଆସୁଥିଲେ । ସଂପୃକ୍ତ ହିସାବ ରକ୍ଷକଙ୍କୁ ସୁରକ୍ଷା ଦେବାକୁ ଯାଇ ଦରଖାସ୍ତକାରୀଙ୍କୁ ଏଭଲି ଧମକ ଦେଇ ଚପାଇ ଦେବାର ଉଦ୍ୟମ କରାଯାଇଥିବା କୁହାଯାଉଛି । ଧର୍ମଗଡ ଉପଜିଲ୍ଲାପାଳ ଜୁନାଗଡ ଆରଏମସି ଅଧ୍ୟକ୍ଷ ହିସାବରେ ପ୍ରତିମାସକୁ ଆଲାଉନ୍ସ ନେଉଥିବା ସହିତ ଅଫିସିଆଲ ଟୁର ପାଇଁ ଆରଏମସି ପାଣ୍ଠିରୁ ବୋଲେରୋ ଗାଡି, ଅଫିସ, ପିଅନ ଯୋଗାଇ ଦିଆଯାଇଥିବା ବେଳେ ଆରଏମସିର ଦୁର୍ନୀତି ସଂପର୍କରେ ଅଧ୍ୟକ୍ଷଙ୍କୁ ଅଭିଯୋଗ କଲେ ଉପଜିଲ୍ଲାପାଳ ହିସାବରେ ଧମକ ଦେଉଥିବା ଘଟଣା କେବଳ ଦୁର୍ନୀତିକୁ ଚପାଇଦେବାର ଉଦ୍ୟମ ହୋଇଥାଇପାରେ ବୋଲି ଦରଖାସ୍ତକାରୀ ମୂଖ୍ୟମନ୍ତ୍ରୀଙ୍କୁ ନିଜର ସୁରକ୍ଷା ପାଇଁ ଆବେଦନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.