Home ଜିଲ୍ଲା ପରିକ୍ରମା ଜୁଆଆଡ୍ଡା ଚଢାଉ ୫ଗିରଫ,୧୪ହଜାର୨୩୦ଟଙ୍କା ଜବତ

ଜୁଆଆଡ୍ଡା ଚଢାଉ ୫ଗିରଫ,୧୪ହଜାର୨୩୦ଟଙ୍କା ଜବତ

128

ମାଲକାନଗିରି,୨ା୧ (ଓଡିଆ ପୁଅ ) ଜୁଆଆଡ୍ଡା ଉପରେ ମାଲକାନଗିରି ଥାନା ପୁଲିସ ଚଢାଉ କରି ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୪ହଜାର୨୩୦ଟଙ୍କା ଜବତ କରିଛନ୍ତି ।ଆଜି ଭୋର ରୁ ମାଲକାନଗିରି ଥାନା ପଦ୍ମଗିରି ପଚାଂୟତସ୍ଥ ବଇଲାପାଲି ଗ୍ରାମ ମୁଣ୍ଡରେ ଥିବା ଏକ ପଡିଆରେ ଜୁଆଆଡା ଚାଲିଥିବାର ଖବର ପାଇ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଭଗୀରଥି ଦଳେଇ ଓ ପୁଲିସ ସଦଳବଳ ସେଠାରେ ପହଁଚି ଚଢାଉ କରିଥିଲେ । ପୁଲିସଙ୍କୁ ଦେଖି କିଛି ଜୁଆଡି ଦୈଡିପଳାଇ ଥିବା ବେଳେ ପୁଲିସଙ୍କୁ ଦେଖି ଜୁଆଡି ମାନେ କେତେଜଣ ଟଙ୍କା ଧରି ଦୈଡି ପଳାଇଥିବା ବେଳେ ଅନ୍ୟ ମାନେ ପୁଲିସ ହାବୁଡରେ ପଡି ଯାଇଥିଲେ । ପୁଲିସ ଘଟଣାସ୍ଥଳରୁ ନଗଦ୧୪ହଜାର୨୩୦ଟଙ୍କା, ଜୁଆଖେଳରେ ବ୍ୟବହୃତ ୬ଟି ଡିସ,ଖୁଡୁଖୁଡିପାଲି ଜବତ କରି ୫ଜଣଙ୍କୁ ଗିରଫ କରିଛନ୍ତି । ମାଲକାନଗିରି ଥାନା କେସ ନମ୍ବର ୩/୨୦୨୦,୩ ଓପିଜି ଧାରା ଅନୁସାରେ କେସ ରୁଜୁକରା ଯାଇ  ସଂଜୀବଗାୟନୀ,ମଙ୍ଗଳ ମାଝୀ,ସ୍ୟାମସୁନ୍ଦର ପୁଜାରୀ,ମହାଦେବ ବାଘେଲ,ନିରଜଂନ ମଣ୍ଡଳ ଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଟାଲାଣ କରଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.