Home ଜିଲ୍ଲା ପରିକ୍ରମା ଜୁଆଆଡ୍ଡାରେ ଚଢାଉ: ଦୁଇ ମାସରେ ୧୧୪ଜଣ ଜୁଆଡି ଗିରଫ ୨ଲକ୍ଷ୫୦ହଜାର ଟଙ୍କା ଓ ଶତାଧିକ ବାଇକ...

ଜୁଆଆଡ୍ଡାରେ ଚଢାଉ: ଦୁଇ ମାସରେ ୧୧୪ଜଣ ଜୁଆଡି ଗିରଫ ୨ଲକ୍ଷ୫୦ହଜାର ଟଙ୍କା ଓ ଶତାଧିକ ବାଇକ ଜବତ

63

ମାଲକାନଗିରି,୩ା୧୧(ଓଡିଆ ପୁଅ ) ଗତ ଦୁଇମାସ ମଧ୍ୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଆଡା ଉପରେ ପୁଲିସ  ଚଢାଉକରି ୧୧୪ଜଣ ଜୁଆଡିଙ୍କୁ ଗିରଫ କରିବାସହ ୨ଲକ୍ଷ୫୦ହଜାର ଟଙ୍କା ଓ ଶତାଧିକ ମଟୋର ସାଇକେଲ ଜବତ କରିଛନ୍ତି ,ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ଥାନା ପୁଲିସକୁ ମିଳିଛି ଏକ ସଫଳତା ,ଏକ ଜୁଆ ଆଡ୍ଡାଉପରେ ଚଢାଉକରି ୭ଜଣଙ୍କୁ ଗିରଫ କରିବାସହ ୨୦ଟି ବାଇକ ଓ ନଗଦ ୯୧ହଜାର୫୦୦ଚଙ୍କା ଜବତ କରିଛନ୍ତି । ଆଜି ସକାଳେ  ବିଶ୍ୱସ୍ତ ସୁତ୍ରରୁ  ପୁଲିସ ଖବରପାଇ ଜିଲ୍ଲାସଦର ମହକୁମାସ୍ଥ ବିଇଡି କଲେଜ ନିକଟ ଜଙ୍ଗଲରେ ବେଆଇନ ଭାବେ କିଛି ଲୋକ ଜୁଆଖେଳୁଥିବାର ଜାଣିବାକୁ ପାଇଥିଲେ । ଏସପି ଜଗମୋହନ ମୀନୀଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁଶେଖର ତ୍ରୀପାଠୀଙ୍କ ନେତୃତ୍ୱରେ ଏଏଏସଆଇ ଏନ.ବିଡିକା ଓ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ୭ ଜଣ ଜୁଆଡି ଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସେଠାରୁ ୮ ମୁଠା ତାସ୍,୨୦ଟି ମଟୋର ସାଇକେଲ,୮ଟି ମୋବାଇଲ ଫୋନ ନଗଦ ୯୧ହଜାର୫୦୦ଟଙ୍କା ପୁଲିସ ଜବତ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ମାନେ  ହେଲେ ପଡୋଶିରାଜ୍ୟ ଛତିଶଗଡ ସୁକୁମା ଜିଲ୍ଲା ଓ ମାଲକାନଗିରି ଜିଲ୍ଲାର କିଛି ବ୍ୟବସାୟୀ ଓ ଠିକାଦାର ଅଛନ୍ତି । ଫେରାର ହୋଇ ଯାଇଥିବା ଅନ୍ୟବ୍ୟକ୍ତି ମାନଙ୍କୁ ବିଭିନ୍ନ ସ୍ଥାନରେ ପୁଲିସ ଖୋଜା ଚଳାଇଛନ୍ତି । ଆଜି ଅପରାହ୍ନରେ ମାଲକାନଗିରି ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ଗିରଫ ୭ଜଣ ଜୁଆଡି,ଜବତ ଟଙ୍କା ଓ ମଟୋରସାଇକେଲ ଗୁଡିକୁ ଗଣମାଧ୍ୟମ ପ୍ରତିନିଧି ଆଗରେ ପ୍ରଦର୍ଶନ କରିଥିଲେ । ଗତ ଦୁଇମାସ ମଧ୍ୟରେ ମାଲକାନଗିରି ଜିଲ୍ଲାପୁଲିସ ବିଭିନ୍ନ ସ୍ଥାନରେ ଜୁଆ ଆଡାଉପରେ  ଚଢାଉକରି ୧୧୪ଜଣ ଜୁଆଡିଙ୍କୁ ଗିରଫ କରିବାସହ ୨ଲକ୍ଷ୫୦ହଜାର ଟଙ୍କା ଓ ଶତାଧିକ ମଟୋର ସାଇକେଲ ଜବତ କରିଥିବାର ଏସପି ଶ୍ରୀମୀନା ସୁଚନା ଦେଇଛନ୍ତି ।  କୁମାର ପୁର୍ଣ୍ଣିମା ଓ କାଳିପୂଜା ଉତ୍ସବ ଉପଲକ୍ଷେ ବିଭିନ୍ନ ସ୍ଥାନରେ ତାସପାଲି, ଲୁଡୁ ଖେଳ ହୋଇଥାଏ । କେଉଁଠି ଖୁସିରେ ପରିବାର ମଧ୍ୟରେ ଖେଳ ଚାଲିଥାଏ ତ ଆଉ କେଉଁଠି ବ୍ୟବସାୟିକ ଭିତିରେ କମ ପରିଶ୍ରମରେ ଅଧିକ ଅର୍ଥ ରୋଜଗାର କରିବା ଉଦେଶ୍ୟରେ ଜୁଆଖେଳ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.