Home ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଆଶାରେ ମେଣ୍ଟରେ ଥିଲୁ:ବିଜେପିକୁ ନବୀନଙ୍କ ଟାର୍ଗେଟ

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଆଶାରେ ମେଣ୍ଟରେ ଥିଲୁ:ବିଜେପିକୁ ନବୀନଙ୍କ ଟାର୍ଗେଟ

911

ରୋଗ କଣ ବିପିଏଲ କାର୍ଡ ଦେଖି ଆସେ?ନବୀନ
ଭୁବନେଶ୍ୱର;୦୩,ନଭେମ୍ବର:ନିର୍ବାଚନ ଯେତେ ପାଖେଇ ଆସୁଛି ବିଭିର୍ଣ୍ଣ ରାଜନୈତିକ ଦଳଗୁଡ଼ିକ ସେତିକି ସକ୍ରିୟ ହୋଇ ଉଠୁଛନ୍ତି।ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଚାଲିଛି।ଏହି କ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି ବିଜେପିକୁ।ନବୀନ କହିଛନ୍ତି ଯେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଆଶାରେ ଆମେ ମେଣ୍ଟରେ ଥିଲୁ।କିନ୍ତୁ ଦୁଃଖଦ ବିଜେପି ତାର ପ୍ରତିଶ୍ରୁତି ପାଳିଲା ନାହିଁ।

ବିଜେଡି ପକ୍ଷରୁ ଚାଲିଥିବା “ଜନ ସଂପର୍କ ପଦଯାତ୍ରା’ ଅବସରରେ ଭୁବନେଶ୍ୱର ଲକ୍ଷ୍ମୀସାଗର ମେଳଣ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ କହିଥିଲେ ଯେ,୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡି/ବିଜେପି ଏକାଠି ସରକାର କରିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ପାଇଁ ଆମେ ଏକାଠି ଲଢ଼ୁଥିଲୁ। ୨୦୦୯ରେ ମେଣ୍ଟ ଭାଙ୍ଗିଗଲା।କିନ୍ତୁ ବିଜୁ ଜନତା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିର ଲଢ଼େଇ ଜାରି ରଖିଛି।୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ପ୍ରଥମ ଏଜେଣ୍ଡା ଥିଲା ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ କରିବା।ଏହା ଦେଖି ମୁଁ ସବୁଠାରୁ ବେଶୀ ଖୁସି ହୋଇଥିଲି। ଆଶା ଥିଲା ଓଡ଼ିଶାବାସୀ ନ୍ୟାୟ ପାଇବେ।ବିଭିର୍ଣ୍ଣ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ଭାଗ ୫୦/୫୦ ପ୍ରତିଶତ ରହୁଛି।କିନ୍ତୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଲେ,ଏହି ଭାଗ ୯୦/୧୦ ପ୍ରତିଶତ ରହିବ। ଏହାଦ୍ୱାରା ବଳକା ଅର୍ଥକୁ ଆମେ ଶିକ୍ଷା,ସ୍ୱାସ୍ଥ୍ୟ,ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶ କାମରେ ଖର୍ଚ୍ଚ କରିପାରିବା। କିନ୍ତୁ ଦୁଃଖର କଥା,ଆସନ ଲୋଭରେ ବିଜେପି ତା’ର ପ୍ରତିଶ୍ରୁତିକୁ ଭୁଲିଗଲା।ଓଡ଼ିଶାବାସୀଙ୍କ ଆଶା ଆଶାରେ ହିଁ ରହିଗଲା।୨୦୧୪ର ଏହି ପ୍ରତିଶ୍ରୁତି ବିଷୟ ଲୋକମାନେ ବିଜେପିକୁ ୨୦୧୯ ନିର୍ବାଚନରେ ମନେ ପକାଇଦେବେ।ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଆମର ହକ୍‌। ଏଥିପାଇଁ ଆମର ଲଢ଼େଇ ଜାରି ରହିବ ବୋଲି ନବୀନ କହିଥିଲେ।

ବିଜେଡି ଶାସନ କାଳରେ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର,ପ୍ରିୟାପ୍ରୀତି ତୋଷଣ ଆଦି ବୃଦ୍ଧି ପାଇଥିବା ଅଭିଯୋଗ କରି ବିଜେପି ଏବେ ବିଭିର୍ଣ୍ଣ ବ୍ଲକ ଘେରାଉ କରି ନବୀନଙ୍କୁ ଘେରୁଥିବା ବେଳେ ନବୀନ ପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି।ସେହିପରି କେନ୍ଦ୍ର ସରକାରଙ୍କର “ଆୟୁଷ୍ମାନ ଯୋଜନା” ଏବଂ ରାଜ୍ୟ ସରକାରଙ୍କର “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା” ଭିତରେ ଚାଲିଥିବା ଲଢ଼େଇକୁ ନେଇ ବିଜେପି ପକ୍ଷରୁ ଏବେ “ଆୟୁଷ୍ମାନ ଯୋଜନା”ର ଉପଯୋଗିତା ନେଇ “ଆୟୁଷ୍ମାନ ରଥ” ବୁଲାଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।କିନ୍ତୁ ଏହାକୁ ନେଇ ଏଇ ନିକଟରେ ନବୀନ ପଟ୍ଟନାୟକ ବିଜେପିକୁ କଟାକ୍ଷ କରି ପ୍ରଶ୍ନ କରିଥିଲେ ଯେ ରୋଗ କ’ଣ ବିପିଏଲ କାର୍ଡ ଦେଖିକି ଆସେ?/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.