Home କୋରାପୁଟ ଜୀବନଜୀବିକା ବିକାଶ ସହ  କୋଟିଆ ଅଂଚଳର ଚିରସ୍ଥାୟୀ ଓ ଦୀର୍ଘସ୍ଥାୟୀ କାଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଲେ...

ଜୀବନଜୀବିକା ବିକାଶ ସହ  କୋଟିଆ ଅଂଚଳର ଚିରସ୍ଥାୟୀ ଓ ଦୀର୍ଘସ୍ଥାୟୀ କାଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଲେ କୋରାପୁଟ ଜିଲ୍ଲାପାଳ

41

କୋରାପୁଟ ୨୭-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମଜ ଅଖତର ପଟ୍ଟାଙ୍ଗୀ ବ୍ଲକ ଗସ୍ତ କରି  ନିର୍ମାଣଧିନ ପୁରୁଣ ବିଟ୍ରିଶରୋଡ ପଟ୍ଟାଙ୍ଗୀଠାରୁ ନେରେଡିବାଲସା ରାସ୍ତାକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଉକ୍ତ ରାସ୍ତାର ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ଜଣାପଡିଛି ।ଆବଶ୍ୟକ କଂକ୍ରିଟ ଓ ପ୍ରସ୍ତିକରଣ କାର୍ଯ୍ୟ ତଦାରଖ କରିଥିଲେ ।ତାଡିବାଲସାରେ ନିର୍ମାଣିଧିନ ହାଇସ୍କୁଲ କାର୍ଯ୍ୟକୁ ୧୫ ଦିନ ମଦ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।କୋଟିଆର ଡୋଲିଆମ୍ବ ଗ୍ରାମପୁଞରେ ଜଳବିଭାଜିକା ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବୃଷ୍ଠିିପୃଷ୍ଠ ଅଂଚଳ ବିକାଶ କାର୍ଯ୍ୟକ୍ରମ , ରାଷ୍ଟ୍ରୀୟ ପୋଷଣୀୟ କୃଷି ବିକାଶ ମିଶନ  କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ୬୦ ଜଣ ହିତାଧିକାରୀଙ୍କୁ ୧୨୦ ଗୋଟି ଛେଳି ଓ ୧୪ ଟି ବୁଦା ପ୍ରଦାନ କରିଥିଲେ । ୫ ଟି ମହୁ ବାକ୍ସ ,୬୦ ଜଣ ହିତାଧିକାରୀଙ୍କୁ ୬୦ ଟି ଉନ୍ନତମାନର  ପନିପରିବା ମଞି ,୪୦ ଜଣ ହିତାଧିକାରୀଙ୍କୁ ୪୦ ଟି କୁକୁଡା ମଞୁରୀଘର ପ୍ରଦାନ କରିଥିଲେ । ଯମୁନା ସିଲେଇ ସଂଘକୁ ୬ ଟି ସିଲେଇ ମେସିନ , ୨ଟି ପରିବାରକୁ ୨ ଗୋଟି ଦୁଧିଆଳୀ ଗାଇ ପ୍ରଦାନ କରିଥିଲେ ।ଗ୍ରାମାଂଚଳରେ କ୍ରୀଡାକୁ ପ୍ରୋତ୍ସାହାନ ଦେବା ନିମନ୍ତେ ଭଲିବଲ କିଟ ଓ ଜର୍ସି ପ୍ରଦାନ କରିଥିଲେ । ଦୋଲିଆମ୍ବ ଗ୍ରାମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଜିଲ୍ଲାପାଳ ସମୀକ୍ଷା କରିଥିଲେ ।ଫଗୁନସେନେରୀ ଓ ଫାଟୁସେନେରୀ ଗ୍ରାମର ସ୍କୁଲ ଓ ଅଙ୍ଗନବାଡି ଗୃହ ପରିଦର୍ଶନ କରିଥିଲେ ।କୋଟିଆ ପଂଚାୟତର ଗ୍ରାମବାସୀମାନଙ୍କ ଜୀବିନଜୀବିକା  ବିକାଶ ସହ ଅଂଚଳର ଚିରସ୍ଥାୟୀ ଓ ଦୂର୍ଘସ୍ଥାୟୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ସେହିନୁସାରେ କାର୍ଯ୍ୟ କରିବାକୁ  ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଆଇଏଏସ ପ୍ରୋବେସାନେରୀ ଭେଦଭୂଷଣ ,କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ , କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ,ଏସସିଓ ବି.ପାର୍ଥ ସାରଥି ,ସିବିଟି ସତ୍ୟ ରଂଜନ  ସାମାନ୍ତରାୟ ,ଜଳବିଭାଜିକା ବିକାଶ ଦଳ ସଭ୍ୟା ମଞୁଲତା ପଟନାୟକ, ଶୁଭମ ପାତ୍ର ,କୋଟିଆ ସରପଂଚ ବିଶ୍ୱନାଥ ଖିଲ , ସମାଜସେବୀ ରଣଜିତ ପାଙ୍ଗୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.