Home ଜିଲ୍ଲା ପରିକ୍ରମା ଜିଲ୍ଳାସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ଜିଲ୍ଳାସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

52

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା ଆଥ୍‌ଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ଭଦ୍ରକ କଲେଜ ପଡ଼ିଆରେ ୨ଦିନ ଧରି ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଳାର ବିଭିନ୍ନ ବ୍ଲକ, କଲେଜ ଓ କ୍ଳବ ସ୍ତରୀୟ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତରେ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନର ସମ୍ପାଦକ ଧିରେନ୍ ପଲାଇ, ସଦସ୍ୟ ଭବତୋଷ ଦାସ, ଉପେନ୍ଦ୍ର ବାରିକ, ରାଇମୋହନ ମହାପାତ୍ର, ବ୍ୟୋମକେଶ ସେନାପତି, ସୁଶୀଲ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପ୍ରମାଣପତ୍ର ଓ ମେଡାଲ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାକୁ ରବିନାରାୟଣ ଓଝା, ବାଇଧର ମହାକୁଡ଼, ମନୋଜ କୁମାର ସାହୁ ପରିଚଳାନା କରିଥିଲେ । ଏଥି ସହିତ ବିଭିନ୍ନ ବ୍ଲକର ପି.ଇ.ଟି. ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.