Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ-୨୦୨୧

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ-୨୦୨୧

19

ପୁରୀ ୧୫ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ରବିବାର ଜିଲ୍ଲା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ପୁରୀ ଠାରେ ଅନୁଷ୍ଠିତ ହୋଇଛି। ୧୧ ବ୍ଲକ୍ ରୁ ୯୯ ଜଣ ଛାତ୍ରଛାତ୍ରୀ ଓ ୭୭ଜଣ ଗାଇଡ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ଶ୍ରୀ ଚଣ୍ଡଶ୍ୱର ମହାପାତ୍ର, DIRRO, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ହିମାଂଶୁ ଶେଖର ସମର୍ଥା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ଶିକ୍ଷଧିକାରୀ ମମତା ମିଶ୍ର କାର୍ଯ୍ୟକ୍ରମ ରେ ସଭପତିତ୍ବ କରିଥିଲେ। ସେମାନେ କହିଲେ ପ୍ରତିଯୋଗିତା ମନୋଭାବ ଛାତ୍ରଛାତ୍ରୀ ଙ୍କୁ ସଫଳତା ଶୀର୍ଷ ରେ ପହଞ୍ଚାଇ ଥାଏ। ଛାତ୍ର ଛାତ୍ରୀ ଠାରେ ରହିଥିବା ବହୁମୁଖୀ ପ୍ରତିଭା ର ବିକାଶ ପାଇଁ ବିଦ୍ୟାଳୟ କତ୍ତୃପକ୍ଷ ଉଦ୍ୟମ କରିବା ଉଚିତ୍। କାର୍ଯ୍ୟକ୍ରମ ସଂଯୋଜକ ବରଦା ପ୍ରସନ୍ନ ରାଉତ, ବିତ୍ତାଧିକରୀ ବିଚିତ୍ରାନନ୍ଦ ଜେନା, କର୍ତ୍ତିକେଶ୍ୱର ପ୍ରଧାନ, କମଳାକାନ୍ତ ରଥ, ମମତା ବେହେରା, ବିଶ୍ବରଂଜନ ପ୍ରଧାନ, ଇତିଶ୍ରୀ ହୋତା, ରଶ୍ମିରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜି ଏହି କାର୍ଯ୍ୟକ୍ରମ ରେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଯୋଗ କରିଥିଲେ। ଶେଷରେ ସମଗ୍ର ଶିକ୍ଷା ତରଫରୁ ବକ୍ତୃତା, ପ୍ରବନ୍ଧ, ସଂଗୀତ, ଚିତ୍ରାଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସଫଳ ହେଇଥିବା ପ୍ରତିଯୋଗିତା ରେ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.