Home କେନ୍ଦ୍ରାପଡ଼ା ନେତାଜୀ ମଡେଲ ସ୍କୁଲରେ ଶିଶୁ ଦିବସ ପାଳିତ

ନେତାଜୀ ମଡେଲ ସ୍କୁଲରେ ଶିଶୁ ଦିବସ ପାଳିତ

27

କେନ୍ଦ୍ରାପଡ଼ା ୧୫ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ମହାନ ଜନନାୟକ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ତଥା ଶିଶୁ ଦିବସ ଉତ୍ସବ ସ୍ଥାନୀୟ ମାଧପୁର ସ୍ଥିତ ନେତାଜୀ ମଡେଲ ସ୍କୁଲରେ ପାଳିତ ହୋଇଯାଇଛି। ପ୍ରଥମେ ଶିଶୁମାନେ ଚାଚା ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସ୍କୁଲର ସମ୍ପାଦକ ମହମ୍ମଦ ଜାହିଦ ଖାନଙ୍କ ସଭାପତିତ୍ୱରେ ପୂର୍ବରୁ ଶିଶୁମାନଙ୍କ ମଧ୍ୟରେ ହୋଇଥିବା ସଂଗୀତ, ନୃତ୍ୟ ଓ ଝୋଟିପକା ଭଳି ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗୀତା ଗୁଡିକ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନଲାଇନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.