Home ଜିଲ୍ଲା ପରିକ୍ରମା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜନ ଯାଗରଣ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜନ ଯାଗରଣ ଯାତ୍ରାର ଶୁଭାରମ୍ଭ

36

ଭୁବନେଶ୍ୱର ୧୫.୧୧ (ଓଡ଼ିଆ ପୁଅ)- ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟି ନିଷ୍ପତିକ୍ରମେ ସାରା ଦେଶରେ କଂଗ୍ରେସ ଦଳପକ୍ଷରୁ ନଭେମ୍ବର ୧୪ ରୁ ୨୯ ତାରିଖ ମଧ୍ୟରେ ସପ୍ତାହ ବ୍ୟାପି ଜନ ଯାଗରଣ ଯାତ୍ରା ଅନୁଷ୍ଠିତ ହେଉଅଛି। ଏହି ଅବସରରେ କେନ୍ଦ୍ର ସରକାର ଓ ରାଜ୍ୟରେ ହେଉଥିବା ଆଇନ ଶୃଙ୍ଖଳା ଅବନତି, ଦରବୃଦ୍ଧି ଓ ନାରୀ ନିର୍ଯ୍ୟତନା ବିରୋଧରେ ଜନସଚେତନତା ସୃଷ୍ଟି କରିବାପାଇଁ ଏଆଇସିସି ନିଷ୍ପତି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ସପ୍ତାହ ବ୍ୟାପି ଜନ ଯାଗରଣ ଯାତ୍ରାର ଶୁଭାରମ୍ବ ହୋଇଯାଇଛି। ପୂର୍ବାହ୍ନରେ ୯ନମ୍ବର ବ୍ଲକ ଅଧିନସ୍ଥ ଆଇଗିଣିଆ ଛକ ଠାରୁ ଏକ ପଦଯାତ୍ରା ବାହାରି ଯଦୁପୁର ପର୍ଯ୍ୟନ୍ତ ଯାଇ ଲୋକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅପାରଗତା ସଂପର୍କରେ ସଚେତନ କରାଇଥିଲେ। ଏହି ଅବସରରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶିବାନନ୍ଦ ରାୟ, ୟାସିର ନୱାଜ, ରଶ୍ମି ମହାପାତ୍ର ପ୍ରମୁଖ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ସଂପର୍କରେ କଟୁ ସମାଲୋଚନା କରିଥିଲେ।

ପରେ ଆଇଗିଣିଆ ଛକ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଖଣ୍ଡଗିରି ଛକ ଠାରୁ ଏମ୍ସ ରାସ୍ତା ଏକ ବ୍ୟବବହୁଳ ରାସ୍ତା ଅଟେ। ଏହି ରାସ୍ତା ଉପରେ ପ୍ରତ୍ୟେହ ହଜାର ହଜାର ରୋଗୀ, ବ୍ୟବସାୟୀ ଏବଂ ଯଦୁପୁର, ଡୁମୁଡୁମା, ସରକନ୍ତରା, ରଣସିଂପୁର, ଘାଟିକିଆ, ବରମୁଣ୍ଡା, ଯାଗମରା, ଧର୍ମବିହାର ଇତ୍ୟାଦି ଅଂଚଳର ଲକ୍ଷ ଲକ୍ଷ ଲୋକ ଯାତାୟତ କରନ୍ତି। ଏଠାରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ବହୁ ଦିନ ଧରି ଦାବି ହୋଇଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ଏହାର ପ୍ରତିବାଦରେ ଆଜି ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉଭୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୀତାଞ୍ଜଳି ମହାନ୍ତି, ମୋହନ ଜେନା, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ଅଶୋକ ଦାସ, ସେକ ଅପତାବ ଅଲ୍ଲୀ, ଇନ୍ଦ୍ରଜିତ ପରିଡ଼ା, ଦେବରାଜ ମିଶ୍ର, ମିହିର ଆଚାର୍ଯ୍ୟ, ସେ ତାକୱିନ, ଶିବାନ ମୁସାରଫ, କୁସୁମ ପ୍ରଧାନ, ପ୍ରଭାବତି ପଟ୍ଟନାୟକ, ଏମଏ ପରୱିନ, ଶଙ୍କର ନାୟକ, ପ୍ରଶନ୍ନ କୁମାର ପରୋହିତ, ନଳିନି ମହାନ୍ତି, ଏମଡି ସାହାଦୁଲ୍ଲା, ସମିଉଲ ଜାକିର, ଜାକିର ଆଦ୍ମୀ, କୁଳମଣି ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.