Home କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଟେବୁଲ ଟପ ଏକ୍ସସରସାଇଜ ବୈଠକ

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଟେବୁଲ ଟପ ଏକ୍ସସରସାଇଜ ବୈଠକ

20

କେନ୍ଦ୍ରାପଡ଼ା, ୧୮ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ଟେବୁଲ ଟପ ଏକ୍ସସରସାଇଜ ବୈଠକ ଶନିବାର ପୂର୍ବାହ୍ନ ୧୦ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓସଡମା ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ବୈଠକରେ ସ୍ୱତନ୍ତ୍ର ଯୁଗ୍ମ ରିଲିଫ କମିଶନର ପଦ୍ମନାଭ ବେହେରା ଯୋଗଦେଇ ୧୯୯୯ ମସିହା ମହାବାତ୍ୟା ପରେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ନିମନ୍ତେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ଉପରେ ଗୁରୁତ୍ୱାରୋପ କରିବା ସହିତ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରଣୟନ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ତୃଣମୂଳ ସ୍ତରରେ ଜନ ସଚେତନତା ସୃଷ୍ଟି କରିପାରିଲେ ବାତ୍ୟା, ବନ୍ୟା ତଥା ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା କରିବା ସହ ଧନ ଜୀବନ ହାନୀକୁ ରୋକାଯାଇପାରିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। ଓଡିଶା ୨୦ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ମହାକାଳପଡା ଓ ରାଜନଗର ବ୍ଲକର ୨୧ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୭୫ଟି ଗ୍ରାମରେ ବାସ କରୁଥିବା ପ୍ରାୟ ୨ଲକ୍ଷ ୨୦ହଜାର ଲୋକ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ। ଆସନ୍ତା କାଲି ୧୧୭ଟି ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଆୟୋଜିତ ମକଡ୍ରିଲରେ ନୋଡାଲ ସ୍ୱେଛାସେବୀ ସଂଗଠନର ସଦସ୍ୟ, ବାତ୍ୟା ଆଶ୍ରୟସ୍ଥଳୀ କମିଟିର ସଭାପତି ଓ ସମ୍ପାଦକମାନେ ଅଂଶଗ୍ରହଣ କରିବେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ବନ୍ୟା, ବାତ୍ୟା, ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଯଥା ଫନି, ହୁଡୁହୁଡୁ, ଜୱାଦ, ୟାଶ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲା ଠାରୁ ଆରମ୍ଭ କରି ଗ୍ରାମପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଗଠନ କରାଯାଇଥିବା କମିଟିର ସଦସ୍ୟମାନଙ୍କ ସହଯୋଗ ଓ ସହଭାଗିତା ଯୋଗୁଁ ଆମେ ଜିଲ୍ଲାରେ ଶୂନ୍ୟ ମୃତ୍ୟୁହାର ପାଇଁ ରାଜ୍ୟରେ ସୁନାମ ଅର୍ଜ୍ଜନ କରିଛୁ ବୋଲି ମତବ୍ୟକ୍ତ କରିଥିଲେ। ବୈଠକରେ ଯୋଗଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡା. ଅନୀତା ପଟ୍ଟନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରିଣୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବେଷାମରିକ ଯୋଗାଣ ଅଧିକାରୀ, ଜଳସେଚନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ବିୁଦ୍ୟୁତ, ରାସ୍ତା ଓ କୋଠାବାଡି ଡିଭିଜନର ନିର୍ବାହୀ ଯନ୍ତ୍ରୀମାନେ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ଯୁଗ୍ମ ରିଲିଫ କମିଶନରଙ୍କୁ ଅବଗତ କରାଇଥିଲେ। ସହକାରୀ ଅଗ୍ନିଶମ ଅଧିକାରୀ ଜିଲ୍ଲାରେ କାର୍ଯ୍ୟକ୍ଷମ ୧୦ଟି ଫାୟାର ଷ୍ଟେସନରେ ୩ହଜାର ୨ଶହଟି ଗଛକଟା ମେସିନ କରତ, ୨୨ଟି ଆସକାଲାଇଟକୁ କାର୍ଯ୍ୟକ୍ଷମ କରି ରଖାଯିବା ସହ ପେଟ୍ରୋଲ ଓ ୨ଟି ପ୍ରଭୃତି ଆବଶ୍ୟକ ସରଞ୍ଜାମକୁ ମହଜୁଦ କରି ରଖାଯାଇଛି ବୋଲି ସୂଚନା ଦେଇଥିଲେ। ଏହି ବୈଠକରେ ରାଜନଗର ଡିଏଫଓ ଯଜ୍ଞଦତ୍ତପତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣୀ ବେହେରା, ଓସଡମାର ରାଜ୍ୟ ପ୍ରକଳ୍ପ ଅଧିକାରୀ ଲକ୍ଷ୍ମୀକାନ୍ତ ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ମନ୍ଦରଧର ମାହାଲିକ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ, ଏନଡିଆରଏଫର ସବଇନିସପେକ୍ଟର ଓ ପ୍ରଶିକ୍ଷକ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଜରୁରୀ ଅଧିକାରୀ ହେମଲତା ବାହାଲିଆ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.