ମାଲକାନଗିରି,୨୧ା୩ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ହସପିଟାଲ ପରିସର ଆଲୋକ ମାଳାରେ ସୁସଜିତ ପୁସ୍ପଉଦ୍ୟାନ ମୁକ୍ତଆକାଶ ତଳେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମୁଖଗ୍ୱହର ଦିବସ ପାଳିତ ହୋଇ ଯାଇଛି ,ଏହି ଅବସରେ ହସପିଟାଲ ସୁପରି ଟେଣ୍ଡେଟଂ ଡାକ୍ତର ସଂଙ୍କଳ୍ପ କେଶରୀ ଭୋଳ,ବରିଷ୍ଟ ଡାକ୍ତର ଅନିଲ କୁମାର ମିଶ୍ର,ଡିପିଏମ ବନବିହାରୀ ମିଶ୍ର,ଡିପିଏଚଓ ଡାକ୍ତର ସନ୍ଧ୍ୟାରାଣୀ ପଟନାୟକ,ଏଡିପିଏଚଓ ଚିତରଂଜନ ସେଠୀ,ଡାକ୍ତର ନିହାର ରଂଜନ ପ୍ରହରାଜ,ଡାକ୍ତର ହେଲୁପ ସତପଥୀ ଯୋଗଦେଇ ବିଶ୍ୱ ମୁଖଗ୍ୱହର ଦିବସ ସଂପର୍କରେ କହିଥିଲେ । ମୁଖ କର୍କଟ ରୋଗରେ ପଡିତା ନସଂର୍ସିଂ ଅଫିସର ଜଲି ପ୍ରଭା ପରିଡା ଓ ଡାକ୍ତର ଶ୍ରନିବାସ ବେହେରା ମୁଖ କର୍କଟ ରୋଗର ଆରୋଗ୍ୟ କାହାଣୀ ଓ ଅନୁଭୁତି ସଂପର୍କରେ କହିଥିଲେ । ମୁଖ ଗ୍ୱହର ରୋଗ ସଂପର୍କରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ହସପିଟାଲର ମୁଖ୍ୟ ସେବିକା ଚାମେଲି ମଣ୍ଡଳ,ସଜୁକ୍ତା ସେଠୀ,ସିଗମା ପଣ୍ଡା,ମନୋଜ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରେ ଓଡଶି ନୃତ୍ୟ ସହ ମୁଖ ଗ୍ୱହର କର୍କଟ ରୋଗ ସଂପର୍କରେ ହାସ୍ୟ ନାଟକ, ସଂଗୀତ ପରିବେଷଣ କରାଯାଇଥିଲା ।