Home ଓଡ଼ିଶା ଜିଲ୍ଲା ଶିକ୍ଷାଅଧିକାରୀଙ୍କ କୋଠରୀରେ ତାଲା,ନୂତନ ଶିକ୍ଷାଅଧିକାରୀ କିରାଣୀଙ୍କ କୋଠରୀ ରେ ବସିଲେ

ଜିଲ୍ଲା ଶିକ୍ଷାଅଧିକାରୀଙ୍କ କୋଠରୀରେ ତାଲା,ନୂତନ ଶିକ୍ଷାଅଧିକାରୀ କିରାଣୀଙ୍କ କୋଠରୀ ରେ ବସିଲେ

67

ମାଲକାନଗିରି ,୨୬ା୭(ଓଡିଆ ପୁୁଅ ) ମାଲକାନଗିରି ଜିଲ୍ଲାଶିକ୍ଷାଅଧିକାରୀ ଙ୍କ କୋଠରୀରେ ତାଲା ପଡିଥିବାରୁ ନୂତନ ଜିଲ୍ଲାଶିକ୍ଷାଅଧିକାରୀ କିରାଣିଙ୍କ କୋଠରୀରେ ବସି କାର୍ଯ୍ୟ ତୁଲାଉଛନ୍ତି । ସୁଚନା ଯୋଗ୍ୟ ଯେ ରାଜ୍ୟଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୨୩ତାରିଖରେ ଚିଠି ନମ୍ବର ୧୩୨୪୭ରେ ରାଜ୍ୟର ୭ଜଣ ଜିଲ୍ଲାଶିକ୍ଷାଅଧିକାରୀ ଙ୍କ ବଦଳି ଓ ପ୍ରମୋସନ ଅର୍ଡର ବାହାରିଥିଲା ।ସେଥିମଧ୍ୟରୁ ମାଲକାନଗିରି ଜିଲ୍ଲାଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀ ଙ୍କୁ ନୁଆପଡା ଜିଲ୍ଲାକୁ ଜିଲ୍ଲା ଶିକ୍ଷାଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାଶିକ୍ଷାଅଧିକାରୀ ମାନସ କୁମାର ଜେନାଙ୍କୁ ମାଲକାନଗିରି ଜିଲ୍ଲାଶିକ୍ଷାଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଗଣଶିକ୍ଷାବିଭାଗର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାରୁ ଶ୍ରୀ ଜେନା ମାଲକାନଗିରି କୁ ଆସି ଆଜି ଶିକ୍ଷାବିଭାଗ କାର୍ଯ୍ୟାଳୟକୁ ଜଏନ କରିବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ଜଏନ କରିଦେବା ପାଇଁ ଅନିଛାପ୍ରକାଶ କରି ପୁବ ର୍ତନ ଜିଲ୍ଲା ଶିକ୍ଷାଅଧିକାରୀ ତାଙ୍କ କୋଠରୀରେ ତାଲାପକାଇ  ଦେଇ ପଳାଇଥିଲେ । ତଥାପି ନୁତନ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଜେନା କୋଠରୀର ଚାବିଖୋଲିବା ପାଇଁ ଫୋନ ଯୋଗେ ଶ୍ରୀ ସେଠିଙ୍କୁ କହିଥିଲେ ମଧ୍ୟ କୋଠରୀ ଟି ଆଜି ସନ୍ଧ୍ୟାପର୍ଯ୍ୟନ୍ତ ଖୋଲା ଯାଇ ନଥିବାରୁ ବାଧ୍ୟ ହୋଇ ଶ୍ରୀ ଜେନା କିରାଣୀଙ୍କ କୋଠରୀରେ ବସି ରହିଥିବାର ଦେଖିବାକୁ ମିଳିଥିଲା । ଜଏନ ଅର୍ଡର ଅଫିସ ଖାତରେ ନମ୍ବର ପକାଇବା ପାଇଁ ମଧ୍ୟ ତାଙ୍କୁ ଦିଆ ଯାଇନଥିବାରୁ ସେ କ୍ୟାମ୍ପ ଅପିସ କରି ଖାତାରେ ନମ୍ବର ପକାଇ ଗଣଶିକ୍ଷାବିଭାଗ କୁ ପଠାଇଥିବାର ଶ୍ରୀ ଜେନା କହିଛନ୍ତି । ଶ୍ରୀ ଜେନା ନୁତନ ଡିଇଓ ଭାବେ ଜଏନ କରିବାପରେ ସେ ଗଣଶିକ୍ଷାବିଭାଗ ଓ ଜିଲ୍ଲାପାଳ ଦାଇତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ ଏ ସଂପର୍କରେ ଅବଗତ କରିଦେଇଥିବାର ସେ କହିଛନ୍ତି । ଡିଇଓ ଶ୍ରୀ ସେଠୀଙ୍କୁ ନୁଆପଡା ଜିଲ୍ଲାକୁ ବଦଳିପରେ ସେ ନ ଯାଇ ମାଲକାନଗିରିରେ ରହି ଅଫିସର କୋଠରୀରେ ତାଲା ପକାଇ ରଖିବାର ଉଦେଶ୍ୟ କଣ ଥାଇପାରେ ବୋଲି ଜିଲ୍ଲାରେ ଏହା ମୁଖ୍ୟଚର୍ଚାର ବିଷୟପାଲଟିଛି । ଏ ସଂପର୍କରେ ଆମେ ପୁବ ର୍ତନ ଡିଇଓ ରମେଶଚନ୍ଦ୍ର ସେଠୀଙ୍କ ମତାମତ ନେବାପାଇଁ ଫୋନ କରିଥିଲୁ ତାଙ୍କ ଫୋନ ସୁଇଚ ଅପ ଥିବାରୁ ତାଙ୍କର ପ୍ରତିକ୍ରୀୟା କିଛି ମିଳିନାହିଁ । ଏ ସଂପର୍କରେ ଆମେ ଜିଲ୍ଲାପାଳ ଦାଇତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ ପଚାରିବାରୁ ତାଙ୍କ ପ୍ରତିକ୍ରିୟାରେ ସେ କହିଥିଲେ ଡିଇଓ ଅଫିସ କୋଠରୀରେ ଚାବିପକା ଯାଇଥିବା ସଂପର୍କରେ ମୋ ନିକଟରେ ସୁଚନା ନାହିଁ, ସରକାରଙ୍କ ବଦଳି ନିର୍ଦ୍ଦେଶକୁ ମାନିବା ଉଚିତ, ନୁତନ ଜିଲ୍ଲା ଶିକ୍ଷାଅଧିକାରୀ ସରକାରଙ୍କ ଅର୍ଡର ଧରି ଆସିଛନ୍ତି ସେ ତାଙ୍କ କାର୍ଯ୍ୟରେ ଜଏନ କରିବେ ଏଥିରେ କିଛି ଅସୁବିଧା ନାହିଁ । ସୁଚନା ଯୋଗ୍ୟ ଯେ ପୁବ ର୍ତନ ଜିଲ୍ଲାଶିକ୍ଷାଅଧିକାରୀ ଙ୍କ ନାମରେ ଆଗ୍ନିନିର୍ବାକ ଯନ୍ତ୍ର,ସ୍କୁଲପୋଷାକ କ୍ରୟ,କ୍ରୀଡା ସାମଗ୍ରୀ ହାଇସ୍କୁଲକୁ ଯୋଗାଣ ରେ ଦୁର୍ନିତି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବଦଳି,ଡେପୁଟେସନରେ ବ୍ୟାପକ ଅର୍ଥକାରବାର ଅଭିଯୋଗ ହୋଇଆସୁଥିଲା । ବାଦ ବିବାଦ ମଧ୍ୟରେ ତାଙ୍କୁ ରାଜ୍ୟସରକାର ମାଲକାନଗିରି ଜିଲ୍ଲାରୁ ନୁଆପଡା କୁ ବଦଳି ହେବାର ନିର୍ଦ୍ଦେଶ ଆସିଥିଲେ ମଧ୍ୟ ସେ ନ ଯାଇ ଜିଲ୍ଲାଶିକ୍ଷାଅଧିକାରୀ ଙ୍କ ଚ୍ୟାମ୍ବରରେ ଚାବିପକାଇ ରଖିବା କେତେଦୁର ସମୁଚିନ ସେ ନେଇ ଜିଲ୍ଲାର ଶିକ୍ଷାବିତ ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବାର ଜଣାପଡିଛି । ପୁରୁଣା ଓ ନୁଆ ଜିଲ୍ଲାଶିକ୍ଷା ଅଧିକାରୀଙ୍କ ବିବାଦରେ ହରଡଘଣାରେ ପଡି ଯାଇଛନ୍ତି ଜିଲ୍ଲା ଶିକ୍ଷାବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନେ । ଆଜି ନୂତନ ଜିଲ୍ଲାଶିକ୍ଷା ଅଧିକାରୀ ଭାବେ ମାନସ କୁମାର ଜେନା କାର୍ଯ୍ୟରେ ଯୋଗ ଦେବାପରେ ତାଙ୍କୁ ଜିଲ୍ଲାଶିକ୍ଷକ ସଂଘର କର୍ମକର୍ତା ଓ ଶିକ୍ଷକ  ଶିକ୍ଷୟତ୍ରୀ ମାନେ ପୁସ୍ପଗୋଛ ଦେଇ ସ୍ୱାଗତ ସମ୍ବୋର୍ଧନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.