Home କେନ୍ଦ୍ରାପଡ଼ା ଜିଲ୍ଲା ବିଉଟିସିଆନ ଆସୋସିଏସନର ବୈଠକ

ଜିଲ୍ଲା ବିଉଟିସିଆନ ଆସୋସିଏସନର ବୈଠକ

29

କେନ୍ଦ୍ରାପଡ଼ା, ୨୧ା୧୧ (ଓଡ଼ିଆ ପୁଅ) : କେନ୍ଦ୍ରାପଡା ଜିଲ୍ଲା ବିଉଟିସିଆନ ଆସୋସିଏସନର ଏକ ବୈଠକ ଇଛାପୁରସ୍ଥିତ ଯାତ୍ରୀନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଓଡିଶା ବିଉଟିସିଆନ ୱେଲଫେୟାର ଆସୋସିଏସନର ସଭାପତି ସୁପ୍ରୀୟା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ କରୋନା ସମୟରେ ବିଉଟିସିଆନମାନେ ଯେଉଁ କ୍ଷତିଗ୍ରସ୍ତ ହୋଇଛନ୍ତି ତାହାର କ୍ଷତିପୁରଣ ପାଇଁ ଆମ ସଂଗଠନକୁ ସୁଦୃଢ କରିବା ସହିତ ଆମକୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ। ଆସୋସିଏସନର ସମ୍ପାଦିକା ସୁନିତା ରାୟ, କୋର କମିଟି ସଦସ୍ୟା ମଧୁସ୍ମିତା ରାଉତ, ଇତିଶ୍ରୀ ମହାନ୍ତି, ମହମ୍ମଦ ମନୁଆର ଅଲ୍ଲୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲା ବିଉଟିସିଆନ ଆସୋସିଏସନର ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସେସବୁର ସାମୁହିକ ସମାଧାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ସାମାଜିକ କାର୍ଯ୍ୟ କରିବା ପାଇଁ ଏକ ବିଉଟିସିଆନ ୱେଲଫେୟାର ଆସୋସିଏସନ ଗଠନ କରାଯିବାକୁ ବିଭିନ୍ନ ବ୍ଲକରୁ ଯୋଗଦେଇଥିବା ବିଉଟିସିଆନ ରୋଜାଲୀନ, ଡେଜିନା, ଜିନୁ, ରଶ୍ମୀ, ଝିଲି, ମିତା ପ୍ରମୁଖ ପ୍ରସ୍ତାବ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.