Home କେନ୍ଦ୍ରାପଡ଼ା ଦାବି ପୁରଣ ନହେଲେ ଗଣଧାରଣା : ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ...

ଦାବି ପୁରଣ ନହେଲେ ଗଣଧାରଣା : ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନକୁ ଚେତାବନୀ

45

କେନ୍ଦ୍ରାପଡ଼ା, ୨୨ା୧୧ (ଓଡ଼ିଆ ପୁଅ) : କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଏକ ୧୫ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସଙ୍ଘର ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପ୍ରଶାସନ ପକ୍ଷରୁ ସଙ୍ଘର ଦାବି ଗୁଡିକ ପୁରଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆସନ୍ତା ୨୪ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଘ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯିବ ବୋଲି ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସଙ୍ଘର ଦାବି ଗୁଡିକ ମଧ୍ୟରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଅଧିକାରୀଙ୍କ ମନମୁଖି ଏବଂ ବେଆଇନ କାର୍ଯ୍ୟକଳାପ ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ନିର୍ମାଣ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇ ନିଷ୍ପେସିତ ହେଉଛନ୍ତି। ଏଭଳି କାର୍ଯ୍ୟକୁ ବନ୍ଦ କରାଯିବା ସହ ବନ୍ଦ ଥିବା ମହିଳା ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ କରାଯିବା, ବିନା କାରଣରେ ବେଆଇନ ଭାବେ କାଢି ଦିଆଯାଇଥିବା ପଞ୍ଜିକରଣ ଆବେଦନପତ୍ରକୁ ଗ୍ରହଣ କରାଯାଇ ତୁରନ୍ତ ପରିଚୟପତ୍ର ପ୍ରଦାନ କରାଯିବା, ୧୫ଶହ ଟଙ୍କା କୋଭିଡ ସହାୟତା ପାଇନଥିବା ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରାଯିବା, ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଝିଅ ବିବାହ ସହାୟତା ପାଇଁ ପଡିରହିଥିବା ଆବେଦନପତ୍ର ଗୁଡିକୁ ତୁରନ୍ତ ମଞ୍ଜୁର କରାଯାଇ ସହାୟତା ପ୍ରଦାନ କରାଯିବା, ନିରପେକ୍ଷ ଭାବରେ ସମସ୍ତ ଆବେଦନକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ୬୦ଦିନ ମଧ୍ୟରେ ପ୍ରଦାନ କରାଯିବା, ୪ବର୍ଷ ଧରି ପଡି ରହିଥିବା ମଞ୍ଜୁରୀପ୍ରାପ୍ତ ଅନୁଦାନ ତୁରନ୍ତ ପ୍ରଦାନ କରାଯିବା, ସାଇକେଲ ଓ ଯନ୍ତ୍ରପାତି ନିମନ୍ତେ ୩ବର୍ଷ ଧରି ପଡି ରହିଥିବା ଆବେଦନପତ୍ରକୁ ତୁରନ୍ତ ମଞ୍ଜୁର କରାଯିବା, ମୃତ୍ୟୁକାଳୀନ ସହାୟତା ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ଝିଅ ବିବାହ ସହାୟତା ଏକଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ପ୍ରତ୍ୟେକ ସରକାରୀ ପ୍ରକଳ୍ପର ଉଦଘାଟନ ଫଳକରେ ମୁଖ୍ୟ ନିର୍ମାଣ ଶ୍ରମିକର ନାମ ଲେଖାଯିବା, ନିର୍ମାଣ ଶ୍ରମିକଙ୍କୁ ବାସଗୃହ ଯୋଜନା ଏବଂ ସ୍ୱାସ୍ଥ୍ୟସେବା ଯୋଜନାରେ ସହାୟତା ପ୍ରଦାନ, ଲକଡାଉନ ସମୟରେ ପ୍ରଦାନ କରାଯାଇଥିବା ୨ହଜାରରୁ ଉର୍ଦ୍ଧ୍ୱ ଅଣସଂଗଠିତ ଶ୍ରମିକ ପରିଚୟପତ୍ର ପ୍ରଦାନର ନିରପେକ୍ଷ ତଦନ୍ତ କରାଯିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକ ସଂଗଠନ, ଶ୍ରମିକମାନଙ୍କୁ ଆଶ୍ରୟ, ମହିଳା ଶ୍ରମିକମାନଙ୍କ ପାଇଁ ଶୈାଚାଳୟ ବ୍ୟବସ୍ଥା ଏବଂ ପାନୀୟ ଜଳ ବ୍ୟବସ୍ଥା କରାଯିବା ପ୍ରଭୃତି ଦାବି ରହିଛି। ଏସବୁ ଦାବି ଗୁଡିକ ପୁରଣ ନହେଲେ ଆସନ୍ତା ୨୪ତାରିଖରେ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀଙ୍କ ସମେତ ସଙ୍ଘର ସଭାପତି କାମିନି ମିଶ୍ର, କାର୍ଯ୍ୟକାରୀ ସଭାପତି ସେକ ରିଆଜୁଦ୍ଦିନ, ଉପସଭାପତି ବାହାଲି ଟୁଡୁ, କାର୍ତ୍ତିକ ବେହେରା, ନିତ୍ୟାନନ୍ଦ ସାମଲ, ପ୍ରଦୀପ୍ତ ସାମଲ, ସୁବାଷ ସାମଲ, ବିଷ୍ଣୁ ଚରଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.