Home କେନ୍ଦ୍ରାପଡ଼ା ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ମହାସଙ୍ଘର ୨୬ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ମହାସଙ୍ଘର ୨୬ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

20

କେନ୍ଦ୍ରାପଡ଼ା, ୨୧ା୧୧ (ଓଡ଼ିଆ ପୁଅ) : ଭାରତୀୟ ଜୀବନବୀମା ଅଭିକର୍ତ୍ତା ମହାସଙ୍ଘ କଟକ ମଣ୍ଡଳ ପରିଷଦର କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଓ ପାରାଦୀପ ଜୀବନବୀମା ଶାଖା ଆନୁକୂଲ୍ୟରେ ୨୬ତମ ବାର୍ଷିକ ସାଧାରଣ ସଭା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କଟକ ମଣ୍ଡଳ ପରିଷଦର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଲିଆଫିର ମହାସଚିବ ଏନ. ଗଜପତି ରାଓ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବମଧ୍ୟକ୍ଷେତ୍ରର କ୍ଷେତ୍ରୀୟ ସମ୍ପାଦକ ସରୋଜ କୁମାର ଶଙ୍ଖୁଆ, ଭାରତୀୟ ଜୀବନବୀମା କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ମହାସଙ୍ଘ ପକ୍ଷରୁ ବୀମା ପ୍ରିମିୟମ ହ୍ରାସ କରାଯିବା, ପଲିସି ଓ ବିଳମ୍ବ ପ୍ରିମିୟମ ଜମା ଉପରୁ ଜିଏସଟି ଉଛେଦ, ପଲିସି ହୋଲଡରଙ୍କ ପାଇଁ ବୋନୋସ ବୃଦ୍ଧି, ଜୀବନବୀମା ଏଜେଣ୍ଟକଲ୍ୟାଣ ପାଣ୍ଠି ଗଠନ କରାଯିବା ପ୍ରଭୃତି ସମ୍ପର୍କରେ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। କଟକ ମଣ୍ଡଳର ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା କେନ୍ଦ୍ରାପଡା ଅଭିକର୍ତ୍ତା ସଙ୍ଘ ସଭାପତି ନାରାୟଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.