Home ଜିଲ୍ଲା ପରିକ୍ରମା ‘ଆଧ୍ୟାତ୍ମିକତାରେ ବିଜ୍ଞାନ ଅନ୍ତର୍ନିହିତ’, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

‘ଆଧ୍ୟାତ୍ମିକତାରେ ବିଜ୍ଞାନ ଅନ୍ତର୍ନିହିତ’, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

41

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଲ୍ୟାଣୀନଗର ସ୍ଥିତ ‘ଗୁରୁକୃପା ଭବନ’ରେ ‘ଆମ ମାତୃଭାଷା ପରିଷଦ’ର ସଂକ୍ରାନ୍ତି ଆସର ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ଆଧ୍ୟାତ୍ମିକତା ଓ ବିଜ୍ଞାନ ଏକ ସାମାଜିକ ପର୍ଯ୍ୟାଲୋଚନା’ ଶୀର୍ଷକ ଆଲୋଚନାଚକ୍ରକୁ ମୁଖ୍ୟବକ୍ତା ପ୍ରାଧ୍ୟାପକ ପ୍ରଫୁଲ୍ଳ କୁମାର ସାହୁ ଉଦ୍‌ଘାଟନ କରି ଆଧ୍ୟାତ୍ମିକତାରେ ବିଜ୍ଞାନ ଅନ୍ତର୍ନିହିତ, ଆଧ୍ୟାତ୍ମିକତା ବିଜ୍ଞାନ ଓ ସାହିତ୍ୟ ତ୍ରିକୋଣିୟ ଭାବେ ପରସ୍ପର ଭାବ ଏବଂ କର୍ମର ପରିପୂରକ । ପ୍ରତ୍ୟେକ ବ୍ୟକ୍ତିର ଚିନ୍ତାଧାରା ମାଧ୍ୟମରେ ପ୍ରଥମେ ଆଧ୍ୟାତ୍ମିକତା ପରେ ବିଜ୍ଞାନ ଓ ତା’ ପରେ ସାହିତ୍ୟ ଦ୍ୱାରା ସେ ସମସ୍ତ ଭାବର ପରିପ୍ରକାଶ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟଅତିଥି ଭାବେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ରାମଚନ୍ଦ୍ର ପଣ୍ଡା, ସମ୍ମାନନୀୟ ଅତିଥି ଡଃ ଗୋଲକ ବିହାରୀ ସାହୁ, ବିଶେଷ ଅତିଥି ଡଃ ହୃଷିକେଶ ପଣ୍ଡା, ପ୍ରାଧ୍ୟାପକ ଅଟଳ ବିହାରୀ ନାୟକ, ଲଲାଟେନ୍ଦୁ ମହାନ୍ତି, ଅଧ୍ୟାପକ କମଳାକାନ୍ତ ସ୍ୱାଇଁ, ଅଧ୍ୟାପିକା ଭାନୁମତୀ ମାଟିଆ, ଅଧ୍ୟାପକ ନୀହାର ରଂଜନ କର, ଗୟାଧର ପଣ୍ଡା, ମଧୁସୂଦନ ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ଦାଶ ପ୍ରମୁଖ ବିଶିଷ୍ଟ ବକ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ସମ୍ପାଦକୀୟ ବିବରଣୀ ଉପସ୍ଥପାନ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । କବୟିତ୍ରୀ ସଂଯୁକ୍ତ ବଳ ଓ ଦମୟନ୍ତୀ ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ରମେଶ ଚନ୍ଦ୍ର ଦାସ, ମାନସୀବାଳା ସାହୁ, ସସ୍ମିତା ସାହୁ, ମୋନାଲିସା ସାହୁ, ମୁକ୍ତିକାନ୍ତ ଓଝା, ସୁଧାକର ରାଉତ, ରଜତ ସାହୁ, ନାରାୟଣ ଚନ୍ଦ୍ର ପାଢୀ, ବିଜୟ କୁମାର ବହଳୀ, ରମାକାନ୍ତ ପାଳ, ପୀତାମ୍ବର ଦାଶ, ମାନସ ରଞ୍ଜନ ପଣ୍ଡା, ଡଃ ଅବନୀ କୁମାର ପ୍ରଧାନ, ହରିଶ୍ଚନ୍ଦ୍ର ଦାସ, ଅର୍ଜୁନ ଚରଣ ବାରିକ୍‌, ସତ୍ୟ ସେଠୀ, ଅଧିବକ୍ତା ଅଗଣି ଚରଣ ଜେନା, ନାଟ୍ୟକାର ଗୌରାଙ୍ଗ ଚନ୍ଦ୍ର ବାରିକ, ବିପ୍ଳବ ହୋତା, ଯଶୋମତୀ ଦାସ, କୈଳାସ ଦାଶ, ସନ୍ତୋଷ ସାହୁ, ମନୋରମା ରାୟ, ଅରୂପାନନ୍ଦ ନାୟକ, ବିଚିତ୍ରାନନ୍ଦ ଜେନା, ଅମର ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପୁରୁଷୋତ୍ତମ ଧଳଙ୍କ ପୁସ୍ତକ ‘ଜାତିର ପିତା ଗାନ୍ଧିଜୀ’ ଉନ୍ମୋଚନ କରାଯାଇଥିଲା । ଜାନକୀ ପାଢୀ ବେଦପାଠ, ଅଧିବକ୍ତା ମନୋରଂଜନ ଦାସ ମଞ୍ଚ ଆହ୍ୱାନ, ସହସମ୍ପାଦିକା ମମତାରାଣୀ ଦାଶ ଓ ଅଂଶୁମାନ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ । କୋଷାଧ୍ୟକ୍ଷା ସୁଶ୍ରୀ ଅଦିତିପ୍ରଭା ଦାଶ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.