Home ଜିଲ୍ଲା ପରିକ୍ରମା ଜିଲ୍ଲା ପ୍ରଶାସନ ବନ୍ଦ କଲା ବାଲ୍ୟ ବିବାହ

ଜିଲ୍ଲା ପ୍ରଶାସନ ବନ୍ଦ କଲା ବାଲ୍ୟ ବିବାହ

40

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାପ୍ରଶାସନ ଧୂଷୁରୀ କଶିମପୁର ଗ୍ରାମର ନାବାଳିକା ବିବାହକୁ ବନ୍ଦ କରିଛନ୍ତି। ସୂଚନା ଥାଉକି, ଧୂଷୁରୀ କାଶିମପୁର ଗ୍ରାମର ନାବାଳିକା ଏବଂ ଉକ୍ତ ଗ୍ରାମର ମହେଶ ଜେନା ନାମକ ବ୍ୟକ୍ତିଙ୍କ ସାଙ୍ଗରେ ବିବାହ କରିବାକୁ ଯାଉଥିଲେ। ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ଉକ୍ତ ଘଟଣା ବିଷୟରେ ଜଣାଇବା ପରେ ଚାଇଲ୍ଡି ଲାଇନ୍‌ର ନିର୍ଦ୍ଦେଶିକା ସୋଫିୟା ସେକ୍‌ଙ୍କ ନିର୍ଦ୍ଦେଶକ୍ରମେ ସଂଯୋଜିକା ସରସ୍ୱତୀ ମହାରଣା ଲାଇନ ଡିପାଟ୍‌ମେଣ୍ଟ ସଂଗେର ବାଲ୍ୟବିବାହ ବନ୍ଦ କରିବା ପାଇଁ ଯୋଗାଯୋଗ କରିଥିଲେ। ଆଇ.ସି.ଡି.ଏସ. ଜିଲ୍ଲା ସଂଯୋଜକ (ବାଲ୍ୟବିବାହ) ଅସିମ୍ ଅମିତାଭ ଦାସଙ୍କ ନେତୃତ୍ୱରେ ସି.ଏମ.ପି.ଓ ସୁନନ୍ଦା ଦାସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିର କର୍ମକର୍ତ୍ତା ଦମୟନ୍ତି ଦାସ ଓ ଚାଇଲ୍ଡ ଲାଇନର କର୍ମକର୍ତ୍ତା ପ୍ରଦୀପ ପଣ୍ଡା, କବିତା ରାଉଳ, ବାନଷ୍ଟପ୍ ସତୀ ସେଣ୍ଟରର ସାମାଜିକ କର୍ମୀ ସସ୍ମିତା ପ୍ରିୟଦର୍ଶନୀ, ଅଶିମା ନାୟକ, ହାପିଫା ଖାତୁନ ଘଟଣାସ୍ଥଳରେ ପହଂଚି ବାଲ୍ୟ ବିବାହ ବନ୍ଦ କରାଇଲେ। ନାବାଳିକାଟିକୁ ଚାଇଲ୍ଡ ଲାଇନ୍ ହିପାଜତରେ ରଖାଯାଇଛି। ଆସନ୍ତା କାଲି ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରିବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.