Home ଅନୁଗୁଳ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ପି. ଶ୍ରେୟାଂଶୁ ଅନୁପମ ଜିଲ୍ଲାରେ ଟପ୍ପର

ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ପି. ଶ୍ରେୟାଂଶୁ ଅନୁପମ ଜିଲ୍ଲାରେ ଟପ୍ପର

52

ତାଳଚେର, ୨୫/୭ (ଓଡ଼ିଆ ପୁଅ/ଅଜିତ ବେହେରା): ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲ ଜଗନ୍ନାଥ କ୍ଷେତ୍ର, ଡେରା ଡିଏଭି ସ୍କୁଲ ଛାତ୍ର ପି. ଶ୍ରେୟାଂଶୁ ଅନୁପମ ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ୯୮.୨% ମାର୍କ ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶ୍ରେୟାଂଶୁ ଅନୁପମ ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟର ନୃତତ୍ୱ ବିଭାଗର ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ ଓ ଗୃହିଣୀ କନକ ମଞ୍ଜରୀ ପ୍ରଧାନଙ୍କ ସୁପୁତ୍ର ଅଟନ୍ତି। ସେ ଏହି ସଫଳତାର ଶ୍ରେୟ ତାଙ୍କ ଜେଜେବାପା ଜୟକୃଷ୍ଣ ପ୍ରଧାନ, ମାଆ, ବାପା ଓ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଦେଇଛନ୍ତି। ସେ ଭବିଷ୍ୟତରେ ଜଣେ ଆଇଆଇଟି ଇଞ୍ଜିନିୟର ତଥା ସାଇବର ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଥିବାର ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.