Home ଜିଲ୍ଲା ପରିକ୍ରମା ଜିଲ୍ଲାରୁ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର...

ଜିଲ୍ଲାରୁ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାର

65

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୧୭୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ ହୋଇ ୨୦ହଜାର ୯୩ ହୋଇଛି । ଏବେ ଜିଲ୍ଲାରେ ଆଉ ୨୪୧୪ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ନୂତନ ଚିହ୍ନଟ ଆକ୍ରାନ୍ତ ବାସୁଦେବପୁର ପୌରପାଳିକାର ୧୧ ନଂ ୱାର୍ଡରୁ ଜଣେ, ଭଦ୍ରକ ପୌରପାଳିକାର ବାଇପାସ୍‌ରୁ ୭ଜଣ, ଉତ୍ତରବାହିନୀରୁ ୨ଜଣ, ଚାରିଘରିଆରୁ ଜଣେ, ଚନ୍ଦନବଜାରରୁ ଜଣେ, ନିଳକଣ୍ଠପୁରରୁ ଜଣେ, ବାଗୁରାଇରୁ ଜଣେ, କୁଆଁସରୁ ୩ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ବାସୁଦେବପୁର ବ୍ଲକର ଅରଣ୍ଡୁଆରୁ ଜଣେ, ପଦ୍ମପୁରରୁ ଜଣେ, ଚୁଡାମଣିରୁ ୨ଜଣ, ବିରସରୁ ଜଣେ, କିସ୍ମତ କୃଷ୍ଣପୁରରୁ ଜଣେ, ନରସିଂହପୁରରୁ ୨ଜଣ, ବିଦେଇପୁରରୁ ୨ଜଣ, ଆନ୍ଦୋଳାରୁ ୨ଜଣ ଏବଂ ବେତଡାରୁ ଜଣେ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଲକର ଓସ୍ତିଆ ଗ୍ରାମରୁ ୨ଜଣ, ଚରଦିଆରୁ ଜଣେ, କରଣପଲ୍ଲୀରୁ ଜଣେ, ମଉସୁଧାରୁ ଜଣେ, ତେନ୍ତୁଲିଡିହିରୁ ଜଣେ, ଗୋପାଳବିନ୍ଧାରୁ ୨ଜଣ, ଯଶିପୁରରୁ ଜଣେ, କଇଥଖୋଲାରୁ ୨ଜଣ, କରଣପଲ୍ଲୀରୁ ୨, ଖଦାଳପୋଖରୀରୁ ୨, ମତୋରୁ ଜଣେ, ନଳଗୋହିରାରୁ ୪ଜଣ, ନୂଆଗାଁରୁ ୨ଜଣ, ତୋଟାପଡାରୁ ଜଣେ, ଭଗାନଟା ଗ୍ରାମରୁ ୧୨ଜଣ ଓ ଉତୁକୁଡା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ଏନ୍‌ଏସିର ୧୫ ନଂ ୱାର୍ଡ, ୪ ନଂ ୱାର୍ଡ ଓ ୧୦ ନଂ ୱାର୍ଡରୁ ମୋଟ୫ଜଣ ଚିହ୍ନଟ ହୋଇଛନ୍ତି ।

ଭଣ୍ଡାରିପୋଖରୀ ବ୍ଳକର ବୟାଁବନାପୁର ଗ୍ରାମରୁ ଜଣେ, ନେରଡାରୁ ୧୧ଜଣ, ମାଳଦାରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଧାମନଗର ଏନ୍‌ଏସିର ୧୧ ନଂ ୱାର୍ଡରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ବନ୍ତ ବ୍ଲକର ଚାରିଗାଁରୁ ଜଣେ, ଏରଝାଟିଆରୁ ଜଣେ, ତରାଗୋରୁ ଜଣେ, ଷେଣ୍ଢତୀରାରୁ ଜଣେ ଓ ରାମପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର ବନ୍ଧଗାଁରୁ ଜଣେ, ବାଉଦପୁରରୁ ଜଣେ, ବେନ୍ତାଳରୁ ୬ଜଣ, ବ୍ରହ୍ମପୁରରୁ ଜଣେ, ନଳାଙ୍ଗରୁ ୩ଜଣ, ହରିପୁରରୁ ୩ଜଣ, ଜଗଦଳପୁରରୁ ଜଣେ, କୋରକୋରାରୁ ୩ଜଣ, କୋଡବରୁଆଁରୁ ଜଣେ, ରାହାଞ୍ଜରୁ ୨ଜଣ ଏବଂ ଅଣ୍ଢେଇପଲ୍ଲୀରୁ ଜଣେ ଚିହ୍ନଟ ହୋଇଛନ୍ତି । ତିହିଡ଼ି ବ୍ଲକର ତାଳପଦାରୁ ୫ଜଣ, ସିନ୍ଦୋଳରୁ ଜଣେ, ସାହାପୁରରୁ ୪ଜଣ, ରାଜନଗର, ମୁକୁନ୍ଦପୁର, କାଁପଡା, ଅଚକ, କୁବେରା, ଫତେପୁର ଓ ଭାଟପଡାରୁ ଜଣେ ଲେଖାଏଁ, ଧାମନଗର ବ୍ଲକର ପଧାନୀ ଗ୍ରାମରୁ ୪ଜଣ, ମୁସ୍ତାଫାପୁରରୁ ୨ଜଣ, ଚୁଡାକୁଟିରୁ ୬ଜଣ, ଦଳାଙ୍ଗରୁ ଜଣେ, ଧୁଷୁରୀରୁ ଜଣେ, ଷୋହଡାରୁ ୨ଜଣ, କୋଠାରରୁ ଜଣେ ଏବଂ ବୟାଙ୍ଗଡିହିରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲାର ଖଇରାରୁ ଜଣେ ଓ କେନ୍ଦ୍ରାପଡା ଜିଲ୍ଲାର ରାଜକନିକାରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୨୦ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.