ମାଲକାନଗିରି,୭ା୧୦ (ଓଡିଆ ପୁଅ ) ମାଲକାନଗିରି ଏସପି ପ୍ରହ୍ଲାଦ ସାଇ ମୀନା ଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଅଶୁଂମାନ ଦ୍ୱିବେଦୀ ଙ୍କ ନେତୃତ୍ୱରେ ଜିଲ୍ଲାପୁଲିସ ପକ୍ଷରୁ ଆରମ୍ଭ ହୋଇ ଯାଇଛି ଅପରେସନ ସବୁଜ ଜହର,ଅପରେସନ ରେ ପୁଲିସ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି । ଜିଲ୍ଲାର ଚୋରା ଗଜେଂଇ କାରବାରର ଭୂସ୍ୱର୍ଗ କହୁଥିବା ଚିତ୍ରକୋଣ୍ଡା,କାଲିମେଳା ଅଚଂଳ କୁ ଟାର୍ଗେଟ କରିଛି ପୁଲିସ, ସେମାନଙ୍କ ଟାର୍ଗେଟ ରେ ଗଜେଂଇ ଚୋରା ଚଲାଣ କାରି ମାନେ ହାବୁଡରେ ପଡି ତ୍ରାହି ତ୍ରାହି ଡାକ ପକାଇଲେଣି । ପ୍ରତିଦିନ କେଉଁ ଠିନା କେଉଁଠି ଚୋରା ଗଜେଂଇ ଚାଲାଣ କାରି ମାନେ ପୁଲିସ ହାବୁଡରେ ପଡିଗିରଫ ହେଉଛନ୍ତି । ଗତ କାଲି ରାତ୍ରରେ ଚିତ୍ରକୋଣ୍ଡା ଥାନା ପୁଲିସ ପେଟ୍ରୋଲିଂ ସମୟରେ ଗଜେଂଇ ଚୋରା ଚାଲାଣ କରୁଥିବା ବେଳେ ତିନିଜଣ ଗିରଫ ହୋଇଛନ୍ତି । ଅଟୋ ଗାଡି ସହିତ ୨କ୍ୱିଟାଂଲ ୩କେଜି ଗଜେଂଇ ପୁଲିସ ଜବତ କରିଛି । ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରୁ ଛତିଶଗଡ ରାଜ୍ୟକୁ ଏହି ଗଜେଂଇ ଚାଲାଣ ହେଉଥିବାର ଜଣାପଡିଛି । ବୁଧବାର ରାତ୍ରରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଏସଆଇ ଏନ.ବିଶା୍ୱଳ ଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ମାନେ ଚିତ୍ରକୋଣ୍ଡା ବାଲିମେଳା ରାସ୍ତା ଟନେଲକ୍ୟାମ୍ପ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତା ଦେଇ ଏକ ଅଟୋ ଗାଡି ଦୃତ ଗତିରେ ମାଲକାନଗିରି ଆଡକୁ ପଳାଇବା ଦେଖି ପୁଲିସ ଗୋଡାଇ ଧରିଥିଲେ । ଅଟୋ ଟିକୁ ଜାଂଚ କରିବାରୁ ସେଥିରେ ୭ ଟି ପଲିଥିନ ବସ୍ତାରେ ଗଜେଂଇ କେକ ଥିବାର ଦେଖିବାକୁ ପାଇଥିଲେ । ଗଜେଂଇ ଚୋରାଚାଲାଣ କରିବା ଅଭି ଯୋଗରେ ଚିତ୍ରକୋଣ୍ଢା ଥାନା ସ୍ଥ କମାରଗୁଡା ଗ୍ରାମର ମଙ୍ଗଳା ମୁଦୁଲି,ପଣସଗନ୍ଧି ଗ୍ରାମର ସିତାରାମ ଖିଲ,ଜଦୁ ଖିଲ କୁ ପୁଲିସ ଗିରଫ କରି ଥାନାକୁନେଇ ପଚରା ଉଚାରା କରିବାରୁ ଜଣାପଡିଥିଲା । ଏହି ଗଜେଂଇ ଗୁଡିକୁ ସେ ମାନେ ଚିତ୍ରକୋଣ୍ଡା ୍ଚଂଳରୁ କ୍ରୟ କରି ଛତିଶଗଡ ରାଜ୍ୟକୁ ନେଉଥିଲେ । ପୁଲିସ ଗଜେଂଇ ଗୁଡିକୁ ମାଜିଷ୍ଟ୍ରେଟ ସାମନାରେ ଓଜନ କରିଥିଲେ,୨କି୍ୱଟାଂଲ ୩କେଜି୫୬୦ ଗ୍ରାମ ଗଜେଂଇ ହୋଇଥିଲା । ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ,ନଗଦ୬୦୦ଟଙ୍କା ,ଗଜେଂଇ ବୋଝେଇ ଗାଡି ଜବତ କରି ଚିତ୍ରକୋଣ୍ଡା ଥାନା ରେ ଏକ ମାମଲା ରୁଜୁକାରା ଯାଇଛି । ଗଜେଂଇ ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାର ଏସଡିପିଓ ଅଶୁଂମାନ ଦ୍ୱିବେଦୀ ଏକ ପ୍ରେସ ନୋଟ ମାଧ୍ୟମରେ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି ।