Home ଓଡ଼ିଶା ପେଟ୍ରୋଲ,ଡିଜେଲ ମୂଲ୍ୟ ଆକାଶ ଛୁଆଁ, ଜିଲ୍ଲାରେ ଅତ୍ୟାବସ୍ୟକୀୟ ସାମଗ୍ରୀ ର ଦରବୃଦ୍ଧି

ପେଟ୍ରୋଲ,ଡିଜେଲ ମୂଲ୍ୟ ଆକାଶ ଛୁଆଁ, ଜିଲ୍ଲାରେ ଅତ୍ୟାବସ୍ୟକୀୟ ସାମଗ୍ରୀ ର ଦରବୃଦ୍ଧି

56

ମାଲକାନଗିରି,୭ା୧୦ (ଓଡିଆ ପୁଅ )ସମଗ୍ର ଦେଶରେ ପେଟ୍ରୋଲ ଡିଜେଲ ର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆକାଶ ଛୁଆଁ ହୋଇ ଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦରଦାମ ଆକାଶ ଛୁଆଁ ହୋଇଯାଇଛି । କରୋନା କାଳରେ ଗ୍ରାହକ ମାନଙ୍କୁ ଏହା ବୋଝଉପରେ ନଳିତା ବିଡା ଓ ବେଢିଉପରେ କରୋଡା ମାଡ ସଦୃଶ୍ୟ ହୋଇଛି । ଲଗାତାର ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର ,ଦିଲ୍ଲୀ ମୁମ୍ବାଇ କୁ ଟପିଗଲାଣି ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲା,ଏଠାରେ ପାଓ୍ୟାର ପେଟ୍ରୋଲ ଲିଟର ପିଛା ୧୧୪ଟଙ୍କା ଓ ଡିଜେଲ ୧୦୯ଟଙ୍କା ରେ ପହଁଚିଲାଣି,କରୋନା କାଳରେ କନ୍ଦାଉଛି ପେଟ୍ରୋଲ ଓ ଡିଜେଲ,ତୈଳଦର ହୁହୁ ହୋଇ ବଢୁଥିବା ବେଳେ ଚାଉଳ,ଡାଲି,ଖାଇବାତେଲ, ଆଳୁ, ପିଆଜ, ରଷୁଣ,ତେଜରାତି ସହ ନାନା ପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକ ଦରବୃଦ୍ଧି ଘଟିଛି । ସମଗ୍ର ଦେଶରେ ଦିନକୁ ଦିନ ହୁ ହୁ ହୋଇ ତୈଳଦର ବୃଦ୍ଧି ପାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ସୀମାଟପିଛି ପେଟ୍ରୋଲ ଦର,ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୯ଟଙ୍କା ୮୦ପଇସା, ଦିଲ୍ଲୀରେ ପୋଟ୍ରୋଲ ଲିଟର ପିଛା ୧୦୨ଟଙ୍କା,ମୁମ୍ବାଇରେ ପେଟ୍ରୋଲ ବିଟର ୧୦୮ଟଙ୍କା ୧୯ପଇସା ରହିଛି । ପେଟ୍ରୋଲ,ଡିଜେଲ ଦର ଆକାଶା ଛୁଆଁ ହେବା ଫଳରେ ଗ୍ରାହକ ଓ ଗାଡି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ପେଟ୍ରୋଲ ଡିଜେଲ ଦର ବୃଦ୍ଦିପାଇ ଚାଲିଥିବାରୁ ଠିକ ସେହିପରି ବସଭଡା ଓ ଅନ୍ୟାନ ଯାନବାହନ ଭଡା ବୃଦ୍ଧିପାଇଛି । ଜିଲ୍ଲାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହିତ ପନିପରିବା ଅନ୍ୟାନ ସାମଗ୍ରୀର ଦର ମଧ୍ୟ ବୃଦ୍ଧିପାଇ ଚାଲିଥିବାରୁ ସାଧାରଣ ଖାଉଟି ମାନେ ନାହିଁ ନଥିବା ହଇରାଣ େହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.