Home କୋରାପୁଟ ଜିଲ୍ଲା ପରିଷଦର ସ୍ୱତନ୍ତ୍ର  ବୈଠକ

ଜିଲ୍ଲା ପରିଷଦର ସ୍ୱତନ୍ତ୍ର  ବୈଠକ

22

କୋରାପୁଟ ୧୦-୦୩(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ସଦଭାବନା ସଭାଗୃହରେ   ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ସାନୀଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା ପରିଷଦର  ସ୍ୱତନ୍ତ୍ର  ବୈଠକ    ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ  ଦେବେନ କୁମାର ପ୍ରଧାନ,ଡିଆରଡିଏ ପ୍ରକଲ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟ.ଜିଲ୍ଲା ପରିଷଦ ଉପ-ସଭାପତି  ନାର୍ସୁଲ କାମୁଡିଙ୍କ  ସମେତ ସମସ୍ତ ଜିଲା ପରିଷଦ ସଭ୍ୟସଭ୍ୟା,ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ଯୋଗ ଦେଇଥିଲେ ।  ଆଜି ଅନୁଷ୍ଠିତ ସ୍ୱତନ୍ତ୍ର  ବୈଠକରେ ମୁଖ୍ୟତଃ ୫ମଏସଏଫସି,୧୫ତମ ଓଏଫସି ଅନୁଦାନରେ ହେବାକୁ ଥିବା ପ୍ରକଳ୍ପ ଗୁଡିକର ଅନୁମୋଦନ କରାଯିବା, ମୋଟର ଭେଇକଲ ଟ୍ୟାକ୍ସ୍ ଓ ସଡକ ଯୋଗାଯୋଗ,୨୦୨୦-୨୧ ଏବଂ ୨୦୨୧-୨୨ ଡିଭଲେସନ ଫଣ୍ଡ,ଟାଏଡ ଏଣ୍ଡ ଅନ ଚାଏଡ ଫଣ୍ଡ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେ  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସଦା ରାୟଗୁରୁ,ଏପିଡି ମହେଶ୍ୱର ଚନ୍ଦ୍ର ନାୟକ,ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକ,ଜିଲ୍ଲା ପରିଷଦ  ସଦସ୍ୟା ପାର୍ବତୀ ମସ୍ତି, ମମତା କୁଳଦୀପ,ପ୍ରେମଚନ୍ଦ୍ର ଡଂଗରୀ,ଏଲ .ନାରାୟଣ ରାଓ,ଭଗବତୀ ଜାନୀ,କହ୍ନେଇ ଯାନୀ,ମନୋଧର ଗାଦବା,ବିନ୍ଦୁରାଣୀ ମିଶ୍ର,ବଲ୍ଲଭ ନାୟକ,ପୂର୍ଣ୍ଣିମା ଜାନୀ,ସଂଜୀତା ଭଣ୍ଡାରୀ,ଦୃପତ ଭତ୍ରା,ପୁଷ୍ପା କୌଶଲ୍ୟାଙ୍କ ସମେତ ସମସ୍ତ ଅଧିକାରୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.