Home କେନ୍ଦୁଝର ଅଧାରେ ରହିଲା ଜଗନ୍ନାଥ ଦର୍ଶନ, ଦୁର୍ଘଟଣାରେ ଦୁଇ ମୃତ

ଅଧାରେ ରହିଲା ଜଗନ୍ନାଥ ଦର୍ଶନ, ଦୁର୍ଘଟଣାରେ ଦୁଇ ମୃତ

64

ହାଟଡିହି-୧୦ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ ବେଗୁନିଆପଦି ଗ୍ରାମର ଏକ ପରିବାର ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହେବା ଖବର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଘନଶ୍ୟାମ ସାହୁଙ୍କ ପୁଅ କାଳନ୍ଦୀ ସାହୁ ଓ ତାଙ୍କ ପରିବାର ଲୋକମାନେ ଗତକାଲି ରାତିରେ ଏକ ବୋଲେରୋ ଗାଡିରେ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିଲେ । ଗାଡିରେ ମୋଟ ୧୪ଜଣ ଲୋକ ଥିଲେ । ଆଜି ବଡି ଭୋର ସମୟରେ କୌଣସି କାରଣରୁ ସାକ୍ଷିଗୋପାଳ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇ ଏକ କଂକ୍ରିଟ ପିଲରକୁ ଧକ୍କା ଦେଇଥିଲା । ଫଳରେ ଗାଡିରେ ବସିଥିବା କାଳନ୍ଦୀଙ୍କ ଶାଶୁ ଭଦ୍ରକ ଜିଲ୍ଲା ଆମ୍ବଗଡିଆ ଗ୍ରାମର ଲକ୍ଷ୍ମୀପ୍ରୀୟା ରଣା ଓ ଲିପିକା ପ୍ରୀୟଦର୍ଶନୀ ସାହୁ ନାମକ ଜଣେ ୪ବର୍ଷର ଶିଶୁ କନ୍ୟାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟମାନେ ଅଳ୍ପ ବହୁତେ ଆହତ ହୋଇଥିବାବେଳେ ଗାଡିର ଚାଳକ ଓ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ କିଛି ଗ୍ରାମବାସୀ ଓ ସମ୍ପର୍କୀୟ ମାନେ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.