Home କୋରାପୁଟ କୋଟିଆ ଗସ୍ତରେ ପିସିସି ସଭାପତି

କୋଟିଆ ଗସ୍ତରେ ପିସିସି ସଭାପତି

16

କୋରାପୁଟ ୧୦-୦୩(ଓଡିଆ ପୁଅ/ରଂଜନ ଦାସ)ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ବୁଧବାର ଓଡିଶା-ଆନ୍ଧ୍ର ସୀମା ପଟ୍ଟାଙ୍ଗୀ  ବ୍ଲକର ବିବାଦୀୟ କୋଟିଆ ପଂଚାୟତ ଗସ୍ତ କରିଛନ୍ତି । ପିସିସି  ସଭାପତିଙ୍କୁ  କୁନ୍ଦୁଲି ହାଟପଦା ଛକରୁ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତି,କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ସାନଖେମୁଣ୍ଡି ବିଧାୟକ ରମେଶ ଜେନା,ପୂର୍ବତନ  ସାଂସଦ ପ୍ରଦୀପ ମାଝି,ପୂର୍ବତନ ବିଧାୟକ  ରାମଚନ୍ଦ୍ର କାଡାମ ,ନିମାଇଁ ସରକାର,ସଦନ ନାୟକ,ଭୂଜବଳ ମାଝି,କୈଳାଶ କୁଲେସିକା,ଚନ୍ଦ୍ର ଶେଖର ମାଝି,କୋରାପୁଟ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଳଦୀପ,ନବରଂଗପୁର ଜିଲା ସଭାପତି ମୁନା ତ୍ରିପାଠୀ ପ୍ରମୁଖ ଶତାଧିକ କର୍ମୀଙ୍କ ଗହଣରେ  ପାଛୋଟି ନେଇ  ବିରାଟ ଶୋଭାଯାତ୍ରାରେ  କୋଟିଆରେ  ପହଂଚିଥିଲେ ।  କୋଟିଆରୁ  ପିସିସି ସଭାପତି   ଦଳୀୟ ନେତାଙ୍କ ସହ  ଗତ ମାସରେ ଆନ୍ଧ୍ର ପ୍ରଦେଶ ପଂଚାୟତ ନିର୍ବାଚନ କରିଥିବା ଫାଟୁସେନେରୀ ଓ ଫାଟୁସିନେରୀ ଗ୍ରାମକୁ ଯାଇଥିଲେ । ସେଠାରେ ସ୍ଥାନୀୟ ଲୋକଙ୍କ  ସହ ଆଲୋଚନା କରି  ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ ଓ ରାଜ୍ୟ  ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ  ଯୋଜନା ବୁଲି ଦେଖିଥିଲେ । ସେଠାରୁ ଫେରି  ଶ୍ରୀ ପଟ୍ଟନାୟକ କୋଟିଆ ପଂଚାୟତ ଅଫିସ ସମ୍ମୁଖ ପଡିଆରେ ଆୟୋଜିତ  ସାଧାରଣ ସଭାରେ  ଯୋଗ ଦେଇଥିଲେ । ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ  ପିସିସ ସଭାପତି  କୋଟିଆ ବିବାଦକୁ  କଂଗ୍ରେସ ଦଳ ସଂସଦ ଓ ବିଧାନସଭାରେ  ଉଠାଇବ  ବୋଲି ମତବ୍ୟକ୍ତ କରିଥିଲେ ।   କୋଟିଆରେ ଜୀବନ ଜୀବିକା,ଶିକ୍ଷା,ସ୍ୱାସ୍ଥ୍ୟ ସେବାରେ ପରିର୍ତନ ଆଣିବା ଆବଶ୍ୟକ ବୋଲି କହିଥିଲେ । କୋଟିଆର ବିକାଶ ପାଇଁ ରାଜ୍ୟ ସରକାର  ରାସ୍ତା,ସ୍କୁଲ୍‌,ହସ୍ପିଟାଲ ,ପୋଲିସ ଥାନା  ଭଳି ପ୍ରକଳ୍ପକୁ  ନେଇ   ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ । ତେବେ  ଏହି ସମସ୍ୟାର ସମାଧାନ କେବଳ ସଂସଦରେ ହୋଇ ପାରିବ ତେଣୁ କୋଟିଆ  ଗସ୍ତ କରୁଥିବା ଭାରତୀୟ ଜନତା ପାର୍ଟି  ନେତାମେନେ  କେନ୍ଦ୍ର ସରକାର ଉପରେ   ଚାପ ପକାନ୍ତୁ ବୋଲି ଭାଜପାକୁ ସମାଲୋଚନା କରିଥିଲେ । ଦେଓମାଳି ପର୍ଯ୍ୟଟନସ୍ଥଳୀ ରହିଥିବା ବେଳେ ରାଜ୍ୟ ସରକାର ଏଠାେରେ ଏକ ଟ୍ୟୁରିଜମ ହବ ପ୍ରତିଷ୍ଠା କରିପାରିଲେ ଲୋକମାନେ ଜିବିକା ପାଇପାରିବେ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝି ମତବ୍ୟକ୍ତ କରିଥିଲେ ।କୋଟିଆ ସମସ୍ୟାକୁ ନେଇ ବିଧାନସଭାରେ ପୁଣି ଉପସ୍ଥାପନା କରାଯିବ ବୋଲି ଜୟପୁର ବିଧାୟକ ଶ୍ରୀ ବାହିନିପତି ପ୍ରକାଶ କରିଛନ୍ତି ।ପୂର୍ବତନ ବିଧାୟକ ଶ୍ରୀ କାଡାମ ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ପିସିସି ସଦସ୍ୟ ଜଗଦିଶ ଖୋସ୍ଲା,କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନ୍ୟା,କୋରାପୁଟ ବ୍ଲକ ସଭାପତି ରମେଶ ବାଙ୍କିଆ,ରୂପକ ତୁରୁକଙ୍କ ସମେତ ଶତାଧିକ ଜିଲ୍ଲା  ଓ ବ୍ଲକ ସ୍ତରୀୟ ନେତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.