Home ଜିଲ୍ଲା ପରିକ୍ରମା ଜିଲ୍ଲା କଂଗ୍ରେସ ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଜିଲ୍ଲା କଂଗ୍ରେସ ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ

169

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା । ଜିଲ୍ଲା ସଭାପତି ସୁବ୍ରତ ଦାସ ପତାକା ଉତ୍ତୋଳନ କରି ଦେଶ ମାତୃକାକୁ ସ୍ୱାଧୀନ କରିଥିବା ବରପୁତ୍ର ଏବଂ ଭଦ୍ରକ ମାଟିର ସହିଦଙ୍କ ସ୍ମୃତିଚାରଣ କରିଥିଲେ । ଭଦ୍ରକମାଟି ବୀର ମାଟି । ସ୍ୱାଧୀନତା ଆନ୍ଦୋଳନରେ ଏହି ମାଟିରେ ଦ୍ୱିତୀୟ ଜାଲିୱାନାଲାବାଗ୍ ସୃଷ୍ଟି ହୋଇଥିଲା । ଆଜିର ଦିନରେ ବୀର ପୁରୁଷଙ୍କୁ ମନେ ପକାଇ ସେମାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିବା ସହିତ ଦେଶ ପାଇଥିବା ବାସ୍ତବ ସ୍ୱାଧୀନତାକୁ ସମ୍ମାନ ପ୍ରଦାନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ପତାକା ଉତ୍ତୋଳନ ପରେ ସମସ୍ତେ ଜାତୀୟ ସଂଗୀତ ଗାନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି, ଦିଲିପ ନାୟକ, ଅବଦୁଲ ମୁକିତ ଖାଁ, ପ୍ରଫୁଲ୍ଲ ସାମଲ,ଦେବେନ୍ଦ୍ର ମହାନ୍ତି, ଆଶିଷ ରାଉତ, ପ୍ରଦ୍ୟୁମ୍ନ ଦାସ, ରାଜକିଶୋର ସ୍ୱାଇଁ, ପୀତବାସ ଧଳ, ନିଶିକାନ୍ତ ନାୟକ, ସେକ୍ ସମଦାନୀ, ସେକ୍ ଜୁଲଫୁକାର, ସେକ୍ ନଇମ୍‌, ରାଜୁ ରାୟ, ରତ୍ନାକର ବାରିକ, ବିଜୟ ବାରିକ, ରାଜକିଶୋର ପଣ୍ଡା, ଅସରଫ୍ ଅଲୀ ଖାଁ, ଅନନ୍ତ ପଣ୍ଡା, ଫର୍ଜୁ ଆଲାମ, ସେକ୍ ସିରାଜୁଦ୍ଦିନ, ରାଜନ ଲାହା, ସେକ୍ ପାପା, ସେକ୍ ଇଲିୟାସ, ସେକ୍ ବବି, ସେକ୍ ଫରିଜୁଦ୍ଦିନ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.