Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଦ୍ୱାରା ଆନ୍ତର୍ଜାତୀକ ଶ୍ରମିକ ଦିବସ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଦ୍ୱାରା ଆନ୍ତର୍ଜାତୀକ ଶ୍ରମିକ ଦିବସ ପାଳିତ

13

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଂସ୍କୃତି ଭବନ, ଭଦ୍ରକ ଠାରେ ଆନ୍ତର୍ଜାତୀକ ଶ୍ରମିକ ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ବାର ଆସୋସିଏସନର ସଭାପତି ନିରାକାର ଜେନା , ସଂପାଦକ ଦିବ୍ୟସିଂହ ନାୟକ, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ର ସଦସ୍ୟ, ଶ୍ରୀଯୁକ୍ତ ନେପାଳ ଚନ୍ଦ୍ର ଦାସ, ଜିଲ୍ଲା ଆଇନ ସେବା ପ୍ରାଧୀକରଣର ପ୍ୟାନେଲ ଓକିଲ ରାଜୀବ କୁମାର ବାରିକ୍‌, ଦୀପକ କୁମାର ସାହୁ, କାହ୍ନୁଚରଣ ବାରିକ, ପି.ଏଲ୍‌ଭି ଅନ୍ନପୂର୍ଣ୍ଣା ସାହୁ ରଞ୍ଜୁଲତା ଗାହାଣ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ଆଇନ୍ ସେବା ପ୍ରାଧୀକରଣ ଯୋଜନା ଅନୁସାରେ ଅଣସଂଗଠିତ ଶ୍ରମିକମାନଙ୍କ ନିମନ୍ତେ ଥିବା ଆଇନ୍ ସେବା, ସର୍ବନିମ୍ନ ମଜୁରୀ ଆଇନ୍‌, ଶିଳ୍ପ ବିବାଦ ସମ୍ବନ୍ଧୀୟ ଆଇନ୍‌, କାରଖାନା ଅଧିନିୟମ ଏବଂ କେନ୍ଦ୍ରୀୟ ଓ ରାଜ୍ୟ ସ୍ତରୀୟ ସରକାରୀ ଯୋଜନା ସଂପର୍କିତ ଆଇନ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ କୁଶଳୀ ଶ୍ରମିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.