Home ଜିଲ୍ଲା ପରିକ୍ରମା ଏସ୍‌.ଇ.ବି.ସି. ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଏସ୍‌.ଇ.ବି.ସି. ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

16

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ମତେ ମଇ ୧ ତାରିଖ ଆଜିଠାରୁ ମଇ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟ ଆଜିଠାରୁ ଭଦ୍ରକ ଜିଲ୍ଲାରେ ସମସ୍ତ ବ୍ଲକ୍‌ରେ ଆରମ୍ଭ କରାଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଜି ବନ୍ତ ବ୍ଲକ୍ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀତା, ମିଶନ ଶକ୍ତି କାର୍ଯ୍ୟକ୍ରମ ଆଦି ପରିଦର୍ଶନ କରିବା ସହିତ ଆରମ୍ଭ ହୋଇଥିବା ଏସ୍‌.ଇ.ବି.ସି. ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ କାର୍ଯ୍ୟ ପରିଚାଳନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ବନ୍ତବ୍ଲକ୍‌ର ଗୋପୀନାଥପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଅଞ୍ଚଳ ପାଇଁ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ସର୍ଭେ କେନ୍ଦ୍ର ଓ ମହାନ୍ତିପଡ଼ା ଗ୍ରାମପଞ୍ଚାୟତର ସର୍ଭେ କେନ୍ଦ୍ରକୁ ଯାଇ ଏନୁମରେଟର, ସୁପରଭାଇଜର ମାନଙ୍କଦ୍ୱାରା କରାଯାଉଥିବା ସର୍ଭେ କାର୍ଯ୍ୟ ସମ୍ପାଦନ ନେଇ ପଚାରିବୁଝିଥିଲେ । ବନ୍ତ ବି.ଡ଼ି.ଓ. ପି.କେ. ସେଠୀ, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ମାନେ ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟକି ଏହି ଗସ୍ତ ସମୟରେ ଜିଲ୍ଲାପାଳ ବନ୍ତ ବ୍ଲକ୍‌ର ଗୋପୀନାଥପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଏବଂ ଏହି କାର୍ଯ୍ୟାଳୟ ନିକଟ ଏ.ଏନ୍‌.ଏମ୍‌. କେନ୍ଦ୍ର,ଏ.ଏନ୍‌.ଏମ୍ କ୍ୱାର୍ଟର ପରିଦର୍ଶନ କରିଥିଲେ । ମହାନ୍ତିପଡ଼ା ଗ୍ରାମପଞ୍ଚାୟତର ମିଶନ ଶକ୍ତି ଏସ୍‌.ଏଚ୍‌.ଜି. ସଦସ୍ୟ ମାନଙ୍କ ସହ ସେମାନଙ୍କ କାର୍ଯ୍ୟଧାରା ସମସ୍ୟା, ଲକ୍ଷ୍ୟ ଆଦି ସମ୍ବନ୍ଧରେ ପଚାରି ବୁଝିଥିଲେ । ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ବନ୍ତ ବି.ଡ଼ି.ଓ. ବନ୍ତ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ମଧ୍ୟ ଜିଲ୍ଲାପାଳଙ୍କ ଏହି ପରିଦର୍ଶନରେ ଉପସ୍ଥିତ ଥିଲେ । ମହାନ୍ତିପଡ଼ା ଗ୍ରାମପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.