Home କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧୪ ଲିଟର ଚୋର ମଦ ଜବତ

ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧୪ ଲିଟର ଚୋର ମଦ ଜବତ

71

କେନ୍ଦ୍ରାପଡା ୬/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ଅବକାରୀ ବିାଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୪ ଲିଟର ୯୦୦ ମିଲି ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି। ଜିଲ୍ଲା ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନିର୍ଦେଶ କ୍ରମେ ଅବକାରୀ ସବ୍‌ଇନିସପେକ୍ଟର ସରୋଜ କୁମାର ବାଗ୍‌ଙ୍କ ନେତୃତ୍ୱରେ ଚଢାଉ କରାଯାଇ ମଙ୍ଗଳବାର ଅମ୍ବୁରା ଗ୍ରାମର ରମେଶ ସେନାପତିଙ୍କ ଠାରୁ ୪ ଲିଟର ୮୬୦ ମିଲି- ଲିଟର ଚୋରା ବିଦେଶୀମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିବା ବେଳେ ଭଣଗାଁ ଗ୍ରାମର କିର୍ତ୍ତିସାଗର ଜେନାଙ୍କ ଠାରୁ ୫ ଲିଟର ୪୦ ମିଲି ଲିଟର ଚୋରା ବିଦେଶୀମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ସେହିପରି ଚାନ୍ଦୋଳ ଗ୍ରାମର ଶୁବାଶିଷ ମହାନ୍ତିଙ୍କ ଠାରୁ ୫ ଲିଟର ଚୋରା ଆସ୍କାଫର୍ଟି ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଏହି ଚଢାଉରେ ଅବକାରୀ ବିଭାଗର କନେଷ୍ଟବଳ ସୁନିଲ କୁମାର ମିଶ୍ର, ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସମସ୍ତ ୩ଜଣ ଚୋରା ମଦ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.