Home କେନ୍ଦ୍ରାପଡ଼ା ଧନୁର୍ଜୟବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ଭୋକେସନାଲ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଧନୁର୍ଜୟବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ଭୋକେସନାଲ ଟପ୍ପରଙ୍କୁ ସମ୍ବର୍ଦ୍ଧନା

97

କେନ୍ଦ୍ରାପଡା ୬/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବସପୁରସ୍ଥିତ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ଭୋକେସନାଲ ଟପ୍ପର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରେଇ ମଠସାହିର ରବିନ୍ଦ୍ର ରାଉତ ଓ ଭାଗ୍ୟଲତା ରାଉତଙ୍କ ଝିଅ ତଥା କେନ୍ଦ୍ରାପଡା ଜୁନିଅର କଲେଜର ଭୋକେସନାଲ ଛାତ୍ରୀ ମୈତ୍ରୀ ରାଉତ ଚଳିତ ଶିକ୍ଷାବର୍ଷରେ +୨ ଭୋକେସନାଲ ପରୀକ୍ଷାରେ ୫୪୧ନମ୍ବର ରଖି ରାଜ୍ୟ ଟପ୍ପର ହୋଇଥିବାରୁ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ନ। ସେହି ଅନୁଯାଇ ଟ୍ରଷ୍ଟର ମୁଖ୍ୟ ଇଂ ଭଗବାନ ବିଶ୍ୱାଳ ଛାତ୍ରୀ ମୈତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.