Home କୋରାପୁଟ ଜିଲ୍ଲାସ୍ତରୀୟ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଜିଲ୍ଲାସ୍ତରୀୟ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ

402

କୋରାପୁଟ ; ତା୨୬-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ପୋଲିସ ପ୍ୟାରେଡ ପଡିଆଠାରେ କୋରାପୁଟ ଜିଲ୍ଲାସ୍ତରୀୟ ୭୦ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମଳିତପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ।କୋରାପୁଟ ଜିଲ୍ଲାର ସହୀଦମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ବେହେରା ସ୍ମରଣ କରିବା ସହ ନକ୍ସଲମାନେ ହିଂସାପଥ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।ପ୍ୟାରେଡକୁ କୋରାପୁଟ ପୋଲିସ ଆରଆଇ ସୁବସ ଚନ୍ଦ ନାୟକ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା ।ଶାରିରୀକ କ୍ରୀଡା ଓ କୈାତୁକ ପୋଷାକ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ ସୁନ୍ଦରଭାବେ ପ୍ରଦର୍ଶନ କରିଥିଲେ ।ପ୍ୟାରେଡ (ଜୁନିୟର ସିଭିଲିୟାନ)ରେ ବିକାଶ ବିଦ୍ୟାଳୟ ପ୍ରଥମ ,ପୋଲିସ ୟୁପି ସ୍କୁଲ ଦ୍ୱିତୀୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତୃତୀୟ ସ୍ଥାନ ପାଇ ମୁଖ୍ୟ ଅତିଥି ଶ୍ରୀ ବେହେରାଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।ପ୍ୟାରେଡ(ସିନିୟର ସିଭିଲିୟାନ)ପୋଡାଗଡ (ଏସଏସଡି) ହାଇସ୍କୁଲ ପ୍ରଥମ ,ବିକାଶ ବିଦ୍ୟାଳୟ ଦ୍ୱିତୀୟ ଓ ସ୍ୱାମୀ ବିବେକାନନ୍ଦ ବନ ଭାରତୀ ବିଦ୍ୟାପୀଠ ତୃତୀୟ ,ପ୍ୟାରେଡ(ନନ ସିଭିଲିୟାନ) ସରକାରୀ କଲେଜ ପ୍ରଥମ ,କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱିତୀୟ ଓ ସରକାରୀ ହାଇସ୍କୁଲ ତୃତୀୟ , ଶାରିରୀକ କ୍ରୀଡା ପ୍ରତିଯୋଗିତା (ଜୁନିୟର) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ , ରାମକୃଷ୍ଣ ବିଦ୍ୟାମନ୍ଦିର ଦ୍ୱିତୀୟ ଓ ରାଇଜିଂଗ ସନ ଇଂରାଜୀ ବିଦ୍ୟାଳୟ ତୃତୀୟ ,ଶାରିରୀକ କ୍ରୀଡା ପ୍ରତିଯୋଗିତା (ବରିଷ୍ଠ) ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପ୍ରଥମ ,କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ଦ୍ୱିତୀୟ ,ସ୍ୱାମୀ ବିବେକାନନ୍ଦ ବନ ଭାରତୀ ବିଦ୍ୟାପୀଠ ତୃତୀୟ ,ପ୍ରଜ୍ଞାପନ ମେଢ ପ୍ରତିଯୋଗିତାରେ ଜିଲ୍ଲା ପୋଲିସ ପ୍ରଥମ , ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ଦ୍ୱିତୀୟ ଓ ଜିଲ୍ଲା ଜଳ ଓ ପରିମଳ ମିଶନ ତୃତୀୟ ,କୈାତୁକ ପୋଷାକ ପ୍ରତିଯୋଗିତାରେ ମଧୁସ୍ମିତା ଦୋରା ପ୍ରଥମ ,ପଦ୍ମା ମୁଦୁଲି ଓ ଅଂଶୁମାନ ତ୍ରୀପାଠୀ ଯୁଗ୍ମ ଦ୍ୱିତୀୟ ଓ ଶ୍ରୀହାନ ବେହେରା ଓ ସୋମ୍ୟରଂଜନ ସାଗର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଓ ଏସପି ଡାକ୍ତର କନଓାର ବିଶାଳ ସିଂ , ଅତିରିକ୍ତ ଏସପି ସାଗରିକା ନାଥ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପରିଚାଳନା କରିଥିବା ବେଳେ ସତ୍ୟ ନାରାୟଣ ପ୍ରଧାନ , କିଶୋର ଚନ୍ଦ୍ର ବେହେରା ,ଏ.କେ.ବେହେରା ଓଏସ.କେ.ସେଠୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.