Home କେନ୍ଦୁଝର ରୋଷେଇ ବେଳେ ଗ୍ୟାସ ଚୁଲାରୁ ଅଗ୍ନିକାଣ୍ଡ, ମହିଳା ଗୁରୁତର

ରୋଷେଇ ବେଳେ ଗ୍ୟାସ ଚୁଲାରୁ ଅଗ୍ନିକାଣ୍ଡ, ମହିଳା ଗୁରୁତର

51

ହାଟଡିହି, ୧୭ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଆଜି ରାତି ସାଢ଼େ ୭ଟାବେଳେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଭଷ୍ମୀଭୁତ ହୋଇଯାଇଥିବାବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଆଜି ସନ୍ଦ୍ୟାରେ ଅଜୟ ପାତ୍ରଙ୍କ ସ୍ତ୍ରୀ ସବିତାପାତ୍ର ଘରେ ରୋଷେଇ କରୁଥିବାବେଳେ ଅକସ୍ମାତ ଗ୍ୟାସ ପାଇପରୁ ଗ୍ୟାସ ଲିକ କରିଥିଲା । ସବିତା ଗ୍ୟାସକୁ ବନ୍ଦ କରିବାକୁ ଚେଷ୍ଟା କରିବା ବେଳକୁ ପାଇପରେ ନିଆଁ ଲାଗିଯାିଥିଲା । ନିଆଁକୁ ଲିଭାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ଫଳରେ ସେ ଏହି ନିଆଁରେ ପୋଡିଯାଇ ଗୁରୁତର ଭାବେ ଆହତ ହୋଇଥିଲେ । ଆଖପାଖ ଲୋକମାନେ ତାଙ୍କୁ ଉଦ୍ଧାରକରି ଆଗରପଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଛନ୍ତି । ଅଗ୍ନିକାଣ୍ଡରେ ଗ୍ୟାସ ଟାଙ୍କିଟି ଫାଟି ଯାଇଥିଲା । ନିଆଁ ଏତେ ଉପରକୁ ଉଠିଥିଲା ଯେ ପାଖରେ ଥିବା ନଡିଆ ଗଛ ଗୁଡିକ ମଧ୍ୟ ଜଳିଥିଲା । ନିଆଁର ପ୍ରକୋପ ଦେଖି ଲୋକମାନେ ପାଖକୁ ଯିବାକୁ ମଧ୍ୟ ସାହାସ କରିନଥିଲେ । ଖବରପାଇ ଆଗରପଡାରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । କ୍ଷୟକ୍ଷତିର ସବିୋଷ ତଥ୍ୟ ଜଣାପଡି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.