Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ସଦ୍‌ଭାବନା ଦିବସ ପାଳିତ, ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଶପଥପାଠ

ଜିଲ୍ଲାସ୍ତରୀୟ ସଦ୍‌ଭାବନା ଦିବସ ପାଳିତ, ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଶପଥପାଠ

22

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ତିଥି ଅଗଷ୍ଟ ମାସ ୨୦ ତାରିଖ ଦିନଟିକୁ ପ୍ରତିବର୍ଷ ଜାତୀୟ ସଦ୍‌ଭାବନା ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିବସ ପାଳନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥାନ୍ତି । ଚଳିତ ବର୍ଷ ଅଗଷ୍ଟ ୧୯ ଓ ୨୦ ତାରିଖ ଶନିବାର ଓ ରବିବାର ପଡ଼ୁଥିବାରୁ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ଉକ୍ତ ଦିବସ ପାଳନ ଓ ଶପଥପାଠ ଅଗଷ୍ଟ ୧୮ ତାରିଖରେ ଆୟୋଜନ ନିମନ୍ତେ ସରକାରୀ ନିର୍ଦ୍ଦେଶ ମତେ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଏହି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏହି ଦିବସ ପାଳନ ଓ ଶପଥ ପାଠ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଜାତୀୟ ସଂହତି ପାଇଁ ବିଭିନ୍ନ ଜାତି,ଧର୍ମ, ବର୍ଣ୍ଣ, ଭାଷା ମଧ୍ୟରେ ଏକତା, ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା ନେଇ କାର୍ଯ୍ୟ କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ଦ୍ଦେଶକ ପ୍ଲାନିଂ ମହେଶ ସ୍ୱାଇଁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି. ଡ଼େପୁଟି କଲେକ୍ଟର ରାଜୀବ ହାଁସଦା, ସ୍ୱତନ୍ତ୍ର ଭୂଅର୍ଜନ ସେଲ୍‌ର ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ, ଆସିଷ୍ଟାଣ୍ଟ କଲେକ୍ଟର ଚିତ୍ତରଞ୍ଜନ ସେଠୀ, ଡ଼େପୁଟୀ କଲେକ୍ଟର ସାଗରିକା ସାହୁ, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦିଲ୍ଲୀପ କୁମାର ସାମଲ, ଜିଲ୍ଲା ଇଗଭର୍ଣ୍ଣାନସ୍‌ର ପରିଚାଳକ ବିଜୟାନନ୍ଦ କର ଏବଂ ଜିଲ୍ଲାକାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.