Home ଜିଲ୍ଲା ପରିକ୍ରମା ଜନ୍ମଗତ ପାଦ ବିକୃତି ଅସ୍ତ୍ରୋପଚାର ଶିବିର, ୦ ରୁ ୧୪ ବର୍ଷ ବୟସର ୨୬ ପିଲାଙ୍କର...

ଜନ୍ମଗତ ପାଦ ବିକୃତି ଅସ୍ତ୍ରୋପଚାର ଶିବିର, ୦ ରୁ ୧୪ ବର୍ଷ ବୟସର ୨୬ ପିଲାଙ୍କର ହେଲା ଅସ୍ତ୍ରୋପଚାର, ଅସ୍ତ୍ରୋପଚାର କଲେ ଓଲଟପୁରର ୧୦ ଜଣିଆ ଡ଼ାକ୍ତରୀ ଦଳ

22

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସମଗ୍ର ଶିକ୍ଷା, ସି.ଆର୍‌.ଏସ୍‌.ଆର୍‌.ର ମିଳିତ ସହଯୋଗରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଜନ୍ମଗତ ପାଦ ବିକୃତି ଅସ୍ତ୍ରୋପଚାର ଜନିତ ମେଗା ଶିବିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଅସ୍ତ୍ରୋପଚାର ପାଇଁ ପଞ୍ଜିକୃତ ଏକ ଛୋଟପିଲାର ମା’ ସାହସପୁର ର ଉର୍ମିଳା ଜେନାଙ୍କ ଦ୍ୱାରା ଫିତା କଟାଇ ଶିବିରକୁ ଉଦ୍‌ଘାଟନ କରାଇଥିଲେ । ଅସ୍ତ୍ରୋପଚାର କକ୍ଷ, ଅସ୍ତ୍ରୋପଚାର ପରବର୍ତ୍ତୀ ଚିକିତ୍ସା ପାଇଁ ପ୍ରସ୍ତୁତ ଶଯ୍ୟା ଓ ପରିବେଶର ପରିଷ୍କାର ପରିଚ୍ଛନ୍ନତା ବିଷୟକୁ ଜିଲ୍ଲାପାଳ ପରିଦର୍ଶନ କରି ଆଲୋଚନା କରିଥିଲେ । ସୂଚନାଯୋଗ୍ୟକି ଏସ୍‌.ଭି.ନିରତାର, ଓଲଟପୁର, କଟକର ବୈଷୟିକ ସହାୟତା କ୍ରମେ ସେଠାରୁ ଆସିଥିବା ଡ଼ା କିଶୋର ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ୧୦ ଜଣିଆ ବିଶେଷଜ୍ଞ ଡ଼ାକ୍ତରଙ୍କ ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହି ଚିକିତ୍ସା ପାଇଁ ସମୁଦାୟ ୨୬ ପିଲାଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ଭଦ୍ରକ ବ୍ଲକରୁ ୮ ଜଣ, ଧାମନଗର ବ୍ଲକରୁ ୫ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ୧ଜଣ, ତିହିଡ଼ି ବ୍ଲକରୁ ୨ଜଣ, ଚାନ୍ଦବାଲି ବ୍ଲକରୁ ୧ଜଣ, ବାସୁଦେବପୁର ବ୍ଲକ୍‌ରୁ ୨ଜଣ, ବାଲେଶ୍ୱର ଜିଲ୍ଲାରୁ ୫ଜଣ ଓ ମୟୁରଭଞ୍ଜ ଜିଲ୍ଲାରୁ ୨ ଜଣ ।

ଅସ୍ତ୍ରୋପଚାର ର ପୂର୍ବ ଦିନରୁ ସେମାନଙ୍କର ସବୁପ୍ରକାର ପରୀକ୍ଷା ନିରୀକ୍ଷା କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅସ୍ତ୍ରୋପଚାର ପରେ ୨୧ଦିନ ପର୍ଯ୍ୟନ୍ତ ଡ଼ାକ୍ତରଖାନାରେ ରହି ସେମାନେ ଚିକିତ୍ସିତ ହେବେ । ପରେ ପୁଣି ସେମାନଙ୍କୁ ପରୀକ୍ଷା କରାଯାଇ ସେମାନଙ୍କ ପାଦର ମାପ ଅନୁଯାୟୀ ସ୍ୱତନ୍ତ୍ର ଜୋତା ଏବଂ ଫିଜିଓଥେରାପି ଚିକିତ୍ସା ପ୍ରଦାନ କରାଯିବ । ଏ ସମସ୍ତ ପ୍ରକାର ଚିକିତ୍ସା ନିଶୁକ୍ଳ ଭାବେ ସେମାନଙ୍କୁ ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ଶୂନ୍ ରୁ ୧୪ ବର୍ଷ ବୟସ ବର୍ଗର ଜନ୍ମଗତ ପାଦ ବିକୃତି ଥିବା ପିଲାଙ୍କର ଅସ୍ତ୍ରୋପଚାର କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ମଧ୍ୟ ଏହି ଶିବିର ପରିଦର୍ଶନ କରି ସଂପୃକ୍ତ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଏବଂ ଉକ୍ତ ବିଭାଗୀୟ କର୍ମଚାରୀ, ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର, କନ୍ଧମାଳର ନୋଡ଼ାଲ ଅଧିକାରୀ ତଥା ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ପଣ୍ଡା, ସି.ଆର.ଏସ୍‌.ଆର୍‌. ଭଦ୍ରକର ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ଥଇଥାନ କେନ୍ଦ୍ରର ନୋଡ଼ାଲ ଅଧିକାରୀ ଭଗବାନ ପରିଡ଼ା, ସମଗ୍ର ଶିକ୍ଷାର ଜିଲ୍ଲା ସଂଯୋଜକ ଜଳଧର ମଣ୍ଡଳ, ରାଷ୍ଟ୍ରୀୟବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସମିତା ଶତପଥୀ ଏବଂ ଉକ୍ତ ଅନୁଷ୍ଠାନ ଓ ବିଭାଗର କର୍ମଚାରୀବୃନ୍ଦ ଉପସ୍ଥିତ ରହି ଏ ସମସ୍ତ କାର୍ଯ୍ୟ ଆୟୋଜନ ଓ ପରିଚାଳନା ଦିଗରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.