Home ଜିଲ୍ଲା ପରିକ୍ରମା ଗାଁ ସାଥୀଙ୍କ ଜିଲ୍ଲାସ୍ତରୀୟ ପ୍ରଶାସନିକ ସମୀକ୍ଷା ଓ ସାଂଗଠନିକ ବୈଠକ ଅନୁଷ୍ଠିତ

ଗାଁ ସାଥୀଙ୍କ ଜିଲ୍ଲାସ୍ତରୀୟ ପ୍ରଶାସନିକ ସମୀକ୍ଷା ଓ ସାଂଗଠନିକ ବୈଠକ ଅନୁଷ୍ଠିତ

51

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଁ ସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଦ୍ୱାରା ଚଳିତ ଅଗଷ୍ଟ ୧୧ ତାରିଖର ଲିଖିତ ଦାବିକୁ ବିଚାରକୁ ନେଇ ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ମନରେଗାର ଜିଲ୍ଲା ଓ ବ୍ଲକ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଚଳିତ ୧୮ ଅଗଷ୍ଟରେ ଡକାଯାଇଥିଲା । ଉକ୍ତ ବୈଠକଟି ଭଦ୍ରକ ଜିଲ୍ଲା ପରିଷଦ ସଭାକକ୍ଷରେ ସିଡିଓ – କମ୍‌- ଇଓ କୁଶଳ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ ଗାଁ ସାଥୀ ସଂଘର ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ ଓ ଜିଲ୍ଲା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ଉକ୍ତ ମିଳିତ ବୈଠକରେ ଗାଁ ସାଥୀ (ମେଟ୍‌)ଙ୍କ ବଭିନ୍ନ ସମସ୍ୟା ଯଥା- ବକେୟା ପ୍ରାପ୍ୟ ପ୍ରଦାନ, ଏନ୍‌ଏନ୍‌ଏମ୍‌ଏସ୍‌ରେ ଅନିୟମିତତାର ସମାଧାନ, ମନରେଗା କାର୍ଯ୍ୟ ଓ କାର୍ଯ୍ୟାଦେଶ ପ୍ରଦାନରେ ଅନିୟମିତତା, ଅନ୍‌ଲାଇନ ଭେଣ୍ଡର ପେମେଣ୍ଟକୁ ନେଇଥିବା ଅସନ୍ତୋଷର ସମାଧାନ ଇତ୍ୟାଦି ବାବଦରେ ବିଶେଷ ଆଲୋଚନା କରାଯାଇ ସମାଧାନର ସୂତ୍ର ବାହାର କରାଯାଇଛି ।

ଯଦି ଏଥର ଭଦ୍ରକ ଜିଲ୍ଳାର ଗାଁସାଥୀ (ମେଟ୍‌)ଙ୍କୁ ତାଙ୍କର ଉଚିତ ହକ୍ ନମିଳେ, ତେବେ ଉକ୍ତ ଜିଲ୍ଲାର ଜି.ଆର୍‌.ଏସ୍‌ଙ୍କ ଠାରୁ ଆରମ୍ଭ କରି ମନରେଗାର ଡିପିସିଙ୍କ ପର୍ଯ୍ୟନ୍ତ ସମସ୍ତେ ଆଇନର ଅନ୍ଧାରୀ ଜାଲରେ ଛନ୍ଦିହେବାଟା ନିଶ୍ଚିତ ବୋଲି ସ୍ପଷ୍ଟ ହୋଇ ଯାଉଛି ବୋଲି ସଂଘ ତରଫରୁ ପ୍ରକାଶ । ଉକ୍ତ ବୈଠକରେ ଜିଲ୍ଳାର ଏପିଡ଼ି ପ୍ରହ୍ଲାଦ ରଣା, ମନରେଗା ସଂଯୋଜିକା ସସମ୍‌ିତା ଜେନା, ସମସ୍ତ ବ୍ଲକର ମନରେଗା ଅଧିକାରୀ, ଲାଇନ୍ ଡିପାର୍ଟମେଣ୍ଟର ଅôଧକାରୀମାନେ ଉପସ୍ଥିତ ଥିଲେ । ପରେ ପରେ ଅପରାହ୍ନରେ ଜାନୁଗଞ୍ଜ ଦୁର୍ଗାମଣ୍ଡପ ସ୍ଥିତ ଗାଁସାଥୀ ସଂଘ କାର୍ଯ୍ୟାଳୟରେ ସଂଗଠନର ସାଂଗଠନିକ ବୈଠକ ଶ୍ରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଧାନସଭାର ଚଳିତ ବର୍ଷ ହେବାକୁ ଥିବା ମୌସୁମୀ ଅଧିବେଶନରେ ଗାଁସାଥୀ (ମେଟ୍‌)ଙ୍କ ହକ୍ ପାଇଁ ଏକ ବ୍ୟାପକ ଆନ୍ଦୋଳନର ପ୍ରସ୍ତୁତି କରାଯାଇଛି ବୋଲି ସଂଘ ତରଫରୁ ପ୍ରକାଶ । ଉକ୍ତ ବୈଠକରେ ସଂଘର ଜିଲ୍ଳା ସମ୍ପାଦକ ମନୋଜ ପାଢୀ, କୋଷାଧ୍ୟକ୍ଷ ଭରତ ବାରିକ, ମଞ୍ଜୁଲତା ପାଣିଗ୍ରାହୀ, ମୀନାରାଣୀ ଦାସ, ଗୀତାଞ୍ଜଳୀ ବିଶ୍ୱାଳ, ଅମର ମଳିକ, ରବୀନ୍ଦ୍ର ମାଝୀ, ଅକ୍ଷୟ ଜେନା, ଅର୍ଜୁନ ମଣ୍ଡଳ, ଧିରେନ ସାହୁ, ବିକାଶ ସାହୁ, ଚିତ୍ତରଂଜନ ଶଙ୍ଖୁଆ, ଦାମୋଦର ଜେନା, ଦୀପକ ରାଉତ, ନରେନ୍ଦ୍ର ସାମଲ, ଭାଷ୍କର ସାହୁ, ପୁରୁଷୋତ୍ତମ ଆର୍ଯ୍ୟ, କମଳିନୀ ଦାଶ ପ୍ରମୁଖ ୫୦ରୁ ଉର୍ଦ୍ଧ୍ୱ ଗାଁସାଥୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.