Home କୋରାପୁଟ ଜିଲ୍ଲାସ୍ତରୀୟ ଶିଳ୍ପ ଓଏମଏସଏମଇ କର୍ମଶାଳା ଅନୁଷ୍ଟିତ

ଜିଲ୍ଲାସ୍ତରୀୟ ଶିଳ୍ପ ଓଏମଏସଏମଇ କର୍ମଶାଳା ଅନୁଷ୍ଟିତ

19

କୋରାପୁଟ ; ତା୧୬-୦୧(ଓଡିଆ ପୁଅ /ରଂଜନ ଦାସ)ଓଡିଶା ଦକ୍ଷତା ବିକାଶ ସମିତି ତଥା ଜିଲ୍ଲା ଦକ୍ଷତା ସମିତି ଆନୁକୁଲ୍ୟରେ ସୁନାବେଡା ହାଲର ବୈଷୟିକ ତାଲିମ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ଶିଳ୍ପ ଓ ଏମଏସଏମଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ପ୍ରକଳ୍ପ ନିଦ୍ଦେ୭ଶକ ପ୍ରବୀର କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ ।ନାଲକୋ ଜିଏମ ଅମରେନ୍ଦ୍ର ମିଶ୍ର ,କୋରାପୁଟ ଲିଡବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଗୈାରଚନ୍ଦ୍ର ଶତପଥି ,ଡିଟିଇଟିର ବିଜୟ ପ୍ରସାଦ ପ୍ରଧାନ , ଚାମ୍ବର ଅଫ କର୍ମସ ଜୟପୁରର ନିର୍ଦ୍ଦେଶକ ଜେ.ଲକ୍ଷ୍ମଣ ରାଓ ,ସୁନାବେଡା ହାଲର ଡିଜିଏମ(ଏଚଆର) କେ.ଅଶୋକାନ ,ଓଏସଡିଓର ନୋଡାଲ ଅଫିସର ଏସ.ଭି.ଏନ.ରାଓ ,ଆମ୍ବାଗୁଡା ଆଇଟିଆଇର ଅଧ୍ୟକ୍ଷ ଶିଶିର କୁମାର ଦଳେଇ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କର୍ମଶାଳାରେ ତାଲିପ୍ରାପ୍ତ ସ୍ଥାନୀୟ ଯୁବକଓ ଯୁବତୀମାନଙ୍କୁ ଦକ୍ଷତା ତାଲିମ ବିକାଶ ଯୋଜନାରେ ସ୍ଥାନୀୟ ଶିଳ୍ପାୟନ ଗୁଡିକରେ କର୍ମ ନିଯୁକ୍ତିରେ ପ୍ରୋତ୍ସାହନ କରିବା ଓ ଦକ୍ଷତା ତାଲିମ ବିକାଶରେ ସ୍ତାନୀୟ ଶିଳ୍ପୟନର ଭୁମିକାକୁ ଉତ୍ସାହିତ କରାଯାଇଥିବା ଜଣାପଡିଛି ।କାର୍ଯ୍ୟକ୍ରମରେ ଜିଲ୍ଲା ନିୟୋଜନ ଅଧିକାରୀ ଶୁଭେନ୍ଦୁ ମିଶ୍ର ଯୋଗଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.