Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ବିଶ୍ୱ ମୃର୍ତ୍ତିକା ଦିବସରେ ମାଟିର ଉର୍ବରତା ଉପରେ ଗୁରୁତ୍ୱାରୋପ

ଜିଲ୍ଲାସ୍ତରୀୟ ବିଶ୍ୱ ମୃର୍ତ୍ତିକା ଦିବସରେ ମାଟିର ଉର୍ବରତା ଉପରେ ଗୁରୁତ୍ୱାରୋପ

31

ନୟାଗଡ଼, ୫ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନୀ ସମ୍ମିଳନୀ କକ୍ଷରେ ଜିଲ୍ଳାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥିଭାବେ ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ବିଶ୍ୱ ମୃତ୍ତିବା ଦିବସର ଉଦ୍ଦେଶ୍ୟ ଓ ନୟାଗଡ଼ ମାଟିର ମାନ ଓ ଏହାର ଉର୍ବରତା ପାଇଁ ଆମ୍ଭମାନଙ୍କର ଦାୟିତ୍ୱ, ଏବଂ କର୍ତ୍ତବ୍ୟ ଉପରେ ଆଲୋକାପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବ୍ଳକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଆତ୍ମାର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳୀ ପାଇକରାୟ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ମୁରଲୀ ବେହେରା, କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠା ବୈଜ୍ଞାନିକ ଅନିଲ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୀର୍ଷକ’ମୃର୍ତ୍ତିକାର ଲବଣୀକରଣକୁ ରୋକନ୍ତୁ ଏଚ୍ଛବଂ ମୃର୍ତ୍ତିକାର ଉତ୍ପାଦିକା ଶକ୍ତି ବୃଦ୍ଧି କରନ୍ତୁ ‘ଉପରେ ଆଲୋଚନା କରିଥିଲେ। ଏଥିରେ ଡାଲି ଗବେଷଣା କେନ୍ଦ୍ରର ବିଶେଷଜ୍ଞ ଅପର୍ଣ୍ଣା ପ୍ରିୟଦର୍ଶିନୀ ପାତ୍ର ବିଭିନ୍ନ ଜୈବିକ ସାରର ପ୍ରୟୋଗ ବିଷୟରେ ବର୍ଣ୍ଣନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଳା କୃଷି ଅଧିକାରୀ ବିଜୟ କୁମାର ପ୍ରଧାନ ଏବଂ ମୃର୍ତ୍ତିକା ପରୀକ୍ଷାଗାରର ସହକାରୀ କୃଷି ନିର୍ଦ୍ଦେଶକ ଏବଂ ମୃତ୍ତିକା ରସାୟନିବିତ୍ ଦିପ୍ତୀକାନ୍ତ ରାଉତରାୟ ପରିଚାଳନା କରିଥିଲାବେଳେ ନୟାଗଡ଼ ବ୍ଳକର ୩୦ଜଣ ଚାଷୀଙ୍କୁ ମୃର୍ତ୍ତିକା ସ୍ୱାସ୍ଥ୍ୟକାର୍ଡ଼ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.