Home ଓଡ଼ିଶା ଗ୍ୟାସଟାଙ୍କି ଲୋଡ଼ ଟ୍ରକ ପଛପଟୁ ପିଟିଲା କାର୍, ଟ୍ରକ-କାର୍ ଚକାଚାପା ଭିତରେ ସାଇକେଲ

ଗ୍ୟାସଟାଙ୍କି ଲୋଡ଼ ଟ୍ରକ ପଛପଟୁ ପିଟିଲା କାର୍, ଟ୍ରକ-କାର୍ ଚକାଚାପା ଭିତରେ ସାଇକେଲ

64

ନୟାଗଡ଼, ୫ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ-ଓଡ଼ଗାଁ ରାସ୍ତା କଲେଜ ରୋଡ଼ର ଏଚ୍ ପି ଗ୍ୟାସ ଅଫିସ ସମ୍ମୁଖରେ ଗ୍ୟାସଟାଙ୍କି ଲୋଡ଼ ହୋଇ ରହିଥିବା ଏକ ଟ୍ରକ ପଛପଟୁ ଏକ କାର୍ ଧକ୍କା ଦେବା ସହ କାର୍ –ଟ୍ରକ ଚକ ଚାପା ଭିତରେ ଆଉ ଏକ ସାଇକେଲ ଚାପି ହୋଇ ରହିଥିବା ସହ କାର୍ ଧକ୍କାରେ ଆଉ ଏକ ମୋଟରସାଇକେଲ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। କାହାର କ’ଣ ହୋଇଛି, କେତେଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି ସଠିକ୍ ଖବର ଘଟଣାସ୍ଥଳରୁ କୌଣସି ଦେଖଣାହାରୀଙ୍କ ଠାରୁ ହସ୍ତଗତ ହୋଇନପାରିଥିଲାବେଳେ କେତେଜଣ ଗୁରୁତର ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଂଚି ଅନୁସନ୍ଧାନ ଚଳାଇଛି। ଖବରନେବାରେ ଯାହା ଜଣାପଡ଼ିଛି ରବିବାର ସନ୍ଧ୍ୟାରେ ନୟାଗଡ଼ ପଟୁ ଓଡ଼ଗାଁ ରାସ୍ତାରେ ଯାଉଥିବା ଏକ କାର୍‌(ଓଡି ୩୩ଏଡି୯୧୮୭)ଏଚ୍‌ପି ଗ୍ୟାସ ଅଫିସ ସମ୍ମୁଖଷର ଆଗରୁ ରହିଥିବା ଏକ ଗ୍ୟାସଭର୍ତ୍ତି ଟ୍ରକ(ଓଆର-୦୪ଏମ୍ ୯୦୮୬)କୁ ପଛପଟୁ ଧକ୍କା ଦେଇଥିଲା। କାର୍‌ଟି ଏକ ସାଇକେଲକୁ ଧକ୍କାମାରି ସାଇକେଲଟିକୁ ଟ୍ରକ ପଛପଟ ଚଳାରେ ନେଇ ଚାପି ଦେଇଥିଲା। ସାଇକେଲଟି ଟ୍ରକ ଓ କାର୍ ଚକା ମଝିରେ ପୁରା ଚାପି ହୋଇ ରହିଥିଲାବେଳେ ପାଖରେ ଆଉ ଏକ ମୋଟରସାଇକେଲ(ଓଆର୦୩ଏଫ୍ ୧୦୫୯) ଦୁର୍ଘଟଣାରେ ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣାସ୍ଥଳରେ କୌଣସି ଯାନର ଚାଳକଙ୍କୁ ଦେଖିବାକୁ ମିଳିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.