Home ଓଡ଼ିଶା ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ

31

ମାଲକାନଗିରି,୧ା୧୧ (ଓଡିଆ ପୁଅ) ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମଟି ବୈଠକ ଉପଜିଲ୍ଲାପାଳ ଅକ୍ଷୟକୁମାର ଖେମୁଣ୍ଡୁ ଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲାରେ ବନ୍ୟା,ବତ୍ୟା,ଡଙ୍ଗାବୁଡି,ବଜ୍ରପାତ ଆଦି ପ୍ରାକୃତିକ ବିପର୍ଯ୍ୟୟ ରୁ କିପରି ଜନସାଧାରଣ ମୁକାବିଲା କରି ସୁରକ୍ଷିତ ରହିପାରିବେ ସେନେଇ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ବଳଭଦ୍ର ଦାଶ,ଡେପୁଟି କଲେକ୍ଟର ଲଳିତ ମଣ୍ଡଳ,ସହକାରୀ ବନସଂରକ୍ଷକ ଶ୍ରୀକାନ୍ତ ନାୟକ, ଡିଆରଡିଏ ଏପିଡି ବାଲାଜି ପଟନାୟକ,ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ବେହେରା,ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜିଲ୍ଲାପ୍ରକଳ୍ପ ଅଧିକାରୀ ସୁଧାଶଂ ସେଖର ପୃଷ୍ଟି,କଟକ ମୁଣ୍ଡୁଳି ଏନଡିଆରଏଫ ଟିମ ଇନିସପେକ୍ଟର ସୁନିଲ କୁମାର,ପଡିଆ ଅଗ୍ନିଶମ ଅଧିକାରୀ ଶିଶିର କାନ୍ତ ସିଂ,ଟାଟା ପାଓ୍ୟାର ସହକାରି ନିର୍ବାହି ଯନ୍ତ୍ରୀ ଶଙ୍କର ସିଂ,ଡାକ୍ତର ଦୁର୍ଗ ପ୍ରସାଦ ରାଜ ପ୍ରମୁଖ ଅଅଧିକାରୀ ଉପସ୍ଥିତ ରହି ଆଲୋଚନା ରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.