Home ଓଡ଼ିଶା ଆଗାମୀ ପଚାଂୟତ ନିର୍ବାଚନ ପାଇଁ ନୂତନ ଭୋଟର ତାଲିକା ସଂଶୋଧନ ବୈଠକ

ଆଗାମୀ ପଚାଂୟତ ନିର୍ବାଚନ ପାଇଁ ନୂତନ ଭୋଟର ତାଲିକା ସଂଶୋଧନ ବୈଠକ

69

ମାଲକାନଗିରି,୧ା୧୧ (ଓଡିଆ ପୁଅ ) ଆସନ୍ତା ପଚାଂୟତ ନିର୍ବାଚନ ପାଇଁ ମାଲକାନଗରି ଜିଲ୍ଲାରେ ନୂତନ ଭୋଟର ତାଲିକା ସଂଶୋଧନ ବୈଠକ ଆଜି ସନ୍ଧ୍ୟାରେ ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି, ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ମାଲକାନଗରି ଓ ଚିତ୍ରକୋଣ୍ଡା ବିଧାନା ସବା ନିର୍ବାଚନ ମଣ୍ଡଳୀର ନୂତନ ଭୋଟର ସଂଶୋଧନ ତାଲିକା ଆଜି ପ୍ରକାଶ କରାଯାଇଛି ।ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଏହି ଭୋଟର ସଂଶୋଧନ ତାଲିକା ସଂପର୍କରେ ଅଭିଯୋଗ ହୋଇପାରିବ ।ଆସନ୍ତା ୫.୧.୨୦୨୨ ତାରିଖରେ ପୁନ୍ନଶଂଶୋଧନ ସମ୍ପୁଣ୍ଣ ର୍ ତାଲିକା ପ୍ରକାଶ କରାଯିବ । ମାଲକାନଗିରି୧୪୬ ନମ୍ବର ବିଧାନ ସବା ନିର୍ବାଚନ ମଣ୍ଡଳୀରେ ୨ଲ କ୍ଷ ୩୨ହଜାର୩୨ ଜଣ ଭୋଟର ଥିବା ବେଳେ ମହିଳା ଭୋଟର ୧ଲକ୍ଷ ୧୭ହଜାର ୯୪୯ଜଣ ଓ ପୁରୁଷ ଭୋଟର ୧ଲକ୍ଷ୧୪ହଜାର୭୨ଜଣ ଓ ତୃତୀୟ ଲିଙ୍ଗ ଭୋଟର ୧୧ଜଣ ଅଛନ୍ତି । ଚିତ୍ରକୋଣ୍ଡା ୧୪୭ନମ୍ବର ବିଧାନସବା ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ୯୨ହଜାର ୪୨୪ ଜଣ ଭୋଟର ଙ୍କ ମଧ୍ୟରୁ ମହିଳା ଭୋଟର ୧ଲକ୍ଷ୪୭୧ଜଣ ଭୋଟର ଓ ତୃତୀୟ ଲିଙ୍ଗ ଭୋଟର ୯ଜଣ ରହିଛନ୍ତି ।ଜିଲ୍ଲାରେ ମୋଟ୪ଲକ୍ଷ୨୪ହଜାର୪୫୬ଜଣ ଭୋଟର ଥିବାର ଅତିରିକ୍ତ ଜିଲ୍ଲାପାଳ ସୁଚନା ଦେଇଛନ୍ତି । ଏହି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅକ୍ଷୟକୁମାର ଖେମୁଣ୍ଡୁ,ଡେପୁଟି କଲେକ୍ଟର ଲଳିତ ମଣ୍ଡଳ, ଏହି ଅବସରେ ମାଲକାନଗରି ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ସଭାପତି,ସଂପାଦକ ମାନେ ଉପସ୍ଥିତ ରହି ନୂତନ ଭୋଟର ତାଲିକା ସଂପର୍କରେ ନିଜନିଜର ମତ ଉପସ୍ଥାପନ କରିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ରାଜନୈତିକ ଦଳଙ୍କୁ ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ନୂତନ ଭୋଟର ତାଲିକା ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.