Home ଜିଲ୍ଲା ପରିକ୍ରମା ସାଳନ୍ଦୀ ନଦୀର କଣ୍ଟ୍ରୋଲ ସ୍ଲୁଇସ୍ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର

ସାଳନ୍ଦୀ ନଦୀର କଣ୍ଟ୍ରୋଲ ସ୍ଲୁଇସ୍ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର

146

ଭଦ୍ରକ, ୭-୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଗୁଜିଦରଡା ପଂଚାୟତ ଅଧୀନସ୍ଥ ବାରିକପୁର ଠାରେ ସାଳନ୍ଦୀ ନଦୀର ଏକ କଣ୍ଟ୍ରୋଲ ସ୍ଲୁଇସ୍ ନିର୍ମାଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୫.୭୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କଣ୍ଟ୍ରୋଲ ସ୍ଲୁଇସ୍ ନିର୍ମାଣ କାର୍ଯ୍ୟର ଭିତ୍ତି ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଥିଲେ। ପ୍ରାରମ୍ଭରେ ଉଭୟ ଜନ ପ୍ରତିନିଧିଙ୍କୁ ସ୍ଥାନୀୟ ନେତା ତଥା ବ୍ଲକ୍ ଯୁବ ବିଜେଡି ସଭାପତି ଏମ୍‌ଡି ଫରହଦ ଆଲାମଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଗୁଜିଦରଡା ଠାରୁ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ। ପରେ ଅନୁଷ୍ଠିତ ସଭାରେ ସାଂସଦ ଓ ବିଧାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ସୂଚନା ଦେବା ସହ ଉକ୍ତ ପଂଚାୟତରେ ବିକାଶର ଧାରା ବଜାୟ ରହିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ଗୁଜିଦରଡା ସରପଞ୍ଚ ଅଂଜନା ମୁଦୁଲି, ଯୁବନେତା ଇଲୁ ନାୟକ, ଖଣ୍ଡତଡା ସରପଞ୍ଚ ବିଶ୍ୱନାଥ ନାୟକ, କେଦାରପୁର ସରପଞ୍ଚ ଭରତ ଚନ୍ଦ୍ର ତିପ୍ରାଠୀ, ବେନ୍ତାଳ ସରପଞ୍ଚ ଶଶଧର ନାୟକ ଓ ବିଷ୍ଣୁପୁର ସରପଞ୍ଚ ପଂଚାନନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.