Home ଜିଲ୍ଲା ପରିକ୍ରମା ଆର୍‌.ସି.ବି.ଏଲ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କୁଲ ଲିଗାଲ କ୍ଲବ୍‌ରେ ସଚେତନତା ଶିବିର

ଆର୍‌.ସି.ବି.ଏଲ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କୁଲ ଲିଗାଲ କ୍ଲବ୍‌ରେ ସଚେତନତା ଶିବିର

16

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାମଚନ୍ଦ୍ର ବିହାରିଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍କୁଲ ଲିଗାଲ କ୍ଲବରେ ଛାତ୍ରଛାତ୍ରୀଙ୍କ ନିମିତ୍ତ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁକ୍ତିରଞ୍ଜନ ଶତପଥୀ, ଅତିରିକ୍ତ ଜିଲ୍ଲା ଓ ଦୈରାଜଜ୍‌-ତଥା ସ୍ୱତନ୍ତ୍ର ବିଚାରପତି (ପୋକ୍‌ସୋ), ଭଦ୍ରକ ଅଧ୍ୟକ୍ଷତା କରିଥିଲେ ଏବଂ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଇପସିତା ଭୋଇ, ପ୍ରୋବେସନ୍ ଅଫିସର, ଭଦ୍ରକ, ନିରାକାର ଜେନା, ସଭାପତି, ଭଦ୍ରକ ବାର୍ ଆସୋସିଏସନ୍‌, ଭଦ୍ରକ ଗିତାଞ୍ଜଳୀ ନାୟକ, ପ୍ରଧାନ ଶିକ୍ଷୟିତ୍ରୀ, ଆର୍‌.ସି.ବି.ଏଲ୍‌, ସରକାରୀ ଉଚ୍ଚ ବିଦ୍ୟାଳୟ, ଚରମ୍ପା, ଭଦ୍ରକ ଦେବୀପ୍ରୀୟା ବିଶ୍ୱାଳ, ଆର୍‌.ସି.ବି.ଏଲ୍‌, ସରକାରୀ ଉଚ୍ଚ ବିଦ୍ୟାଳୟ, ଚରମ୍ପା, ଭଦ୍ରକ, ରାଜିବ କୁମାର ବାରିକ୍‌, ପେନାଲ ଓକିଲ, ଭଦ୍ରକ ତଥା ବିଦ୍ୟାଳୟରୁ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ । ଏହି ସଚେତନତା ଶିବିରରେ ମାନବ ଚାଲାଣ (ଦାଦନ) ଏବଂ ଯୌନ ଶୋଷଣରୁ କିପରି ପିଲାମାନଙ୍କୁ ସୁରକ୍ଷା ଦିଆଯାଇ ପାରିବ, ସେ ନିମନ୍ତେ ଉଦ୍ଦିଷ୍ଟ ଆଇନ୍‌, ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ପାରିବାରିକ ସମସ୍ୟାର ସହଜ ସମାଧାନ, ଔଷଧର ଅପବ୍ୟବହାର ଏବଂ ଏହାର ନିରାକରଣ ନିମନ୍ତେ ଥିବା ଆଇନ୍ ସଂକ୍ରାନ୍ତୀୟ ତଥ୍ୟ ବିଷୟରେ ପିଲାମାନଙ୍କୁ ସଚେତନ କରାଯାଇଥିଲା । ପ୍ରତିଛବି ଜରିଆରେ ଯୌନ ଶୋଷଣ ଆଇନ୍ ଉପରେ ଆଧାରିତ ଚଳଚିତ୍ର ପିଲାମାନଙ୍କ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ ଥିଲା ଏବଂ ଏହା ମାଧ୍ୟମରେ ପିଲାମାନେ ନିଜେ ସଚେତନ ହେବା ସଂଗେ ସଂଗେ ସମାଜର ଉନ୍ନତିରେ ସହାୟକ ହେବ ବୋଲି ଏହି ସଚେତନତା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.