Home କୋରାପୁଟ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳେନୀ

ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳେନୀ

40

କୋରାପୁଟ ୨୭-୦୩(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ସାଂସ୍କୃତିକ ପରିଷଦ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳେନୀ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳେନୀରେ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ ।ଆଶା ଓ ଗାଁ କଲ୍ୟାଣ ସମିତି କର୍ମିମାନଙ୍କ ପରିଶ୍ରମ ଓ ନିଷ୍ଠାପର କାର୍ଯ୍ୟଯୋଗୁଁ ଜିଲ୍ଲାରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ୧ ଲକ୍ଷ ବ୍ୟକ୍ତି କୋଭିଡ ଟୀକା ନେଇଥିବାରୁ ସମସ୍ତଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଟୀକାକରଣ କରାଯିବ ତେଣୁ କର୍ମିମାନେ ଟୀକାକରଣ ଅଭିଯାନକୁ ସଫଳତାର ସହ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।ଜିଲ୍ଲାରେ ମ୍ୟଲେରିଆ ରୋଗ ନିରାକରଣ ଏବଂ ମାତୃ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା ନିମନ୍ତେ କର୍ମିମାନେ ଆହୁରୀ କାର୍ଯ୍ୟକରିବାକୁ ପଡିବ ବୋଲି ସେ ପ୍ରକାଶ କରିଛନ୍ତି ।ବନ୍ଧୁଗାଁ ବ୍ଲକର ସାନସୋରାପାଲି ଗାଁ କଲ୍ୟାଣ ସମିତିକୁ ସୁସ୍ଥ ଗାଁ ପୁରସ୍କାରରେ ଜିଲ୍ଲାପାଳ ଶ୍ରୀ ଅଖତର ସମ୍ମାନ୍ନିତ କରିଥିବା ବେଳେ ବୈପାରୀଗୁଡା ବ୍ଲକର କେରାପୁଟ ,ବୋରିଗୁମ୍ମା ବ୍ଲକର ଗୈାଡଗୁଡା ,ଦଶମନ୍ତପୁର ବ୍ଲକର ମଇନାମାଲ ,କୋଟପାଡ ବ୍ଲକର ପୋଟନାର ,କୁନ୍ଦ୍ରା ବ୍ଲକର ଗୁଣ୍ଡାଲ , ସେମିଲିଗୁଡା ବ୍ଲକର ବରାଖୁଟୁନି ,ଲମତାପୁଟ ବ୍ଲକର ଅନକାଡେଲି ,ଲକ୍ଷ୍ମିପୁର ବ୍ଲକର ତିତିଝୋଲା ,କୋରାପୁଟ ବ୍ଲକର ପଦ୍ମପୁର ,ନନ୍ଦପୁର ବ୍ଲକର ପେଟାଲ ,ନାରାୟଣପାଟଣା ବ୍ଲକର ବେଜୁଗୁଡା ,ପଟ୍ଟାଙ୍ଗୀ ବ୍ଲକର ସିଉରା ଓ ରାବାଣାଗୁଡା ସିଏଚସିର ପାଲକାପୁଟ ଗାଁ କଲ୍ୟାଣ ସମିତିକୁ ସୁସ୍ଥ ଗାଁ ପୁରସ୍କାରରେ ସମ୍ମାନ୍ନିତ କରାଯାଇଥିଲା ।ବୋରିଗୁମ୍ମା ବ୍ଲକର ମାଲଦା ପଂଚାୟତକୁ ସୁସ୍ଥ ପଂଚାୟତ ପୁରସ୍କାରରେ ସମ୍ମାନ୍ନିତ କରାଯାଇଥିବା ବେଳେ କୋରାପୁଟ ବ୍ଲକର ପଦ୍ମପୁର ,କୁନ୍ଦ୍ରା ବ୍ଲକର ରାଣୀଗଡା  ଓ ଲକ୍ଷ୍ମିପୁର ବ୍ଲକର କାକିରିଗୁମ୍ମା ପଚାୟତକୁ ସୁସ୍ଥ ପଂଚାୟତ ପୁରସ୍କାର ପ୍ରଦାନ କରାଯାଇଥିଲା ।କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ଯୋଗଦେଇ ପରିଚାଳନା କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରବୀର କୁମାର ନାୟକ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ , ଏଡିପିଏଚଓ ଡାକ୍ତର ନୀଳମାଧବ ଶତପଥି ,ଡିପିଏଚଓ ଡାକ୍ତର ଅରୁଣ କୁମାର ପାଢୀ  ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ ମଂଚ ପରିଚାଳନା କରିଥିବା ବେଳେ  ସହାୟକ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ଭୋଇ ଓ ଏନ .ପଟନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.