Home Top News ରାଜ୍ୟରେ ବଢିଲା ବିଦ୍ୟୁତ୍ ଦର

ରାଜ୍ୟରେ ବଢିଲା ବିଦ୍ୟୁତ୍ ଦର

109

ଭୁବନେଶ୍ୱର ୨୭-୩ (ଓଡ଼ିଆ ପୁଅ) ରାଜ୍ୟରେ ବଢିଲା ବିଦ୍ୟୁତ୍ ଦର। ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି ହୋଇଛି। ବିଦ୍ୟୁତ୍ ଦର ବୃଦ୍ଧିକୁ ଓଇଆରସି ପକ୍ଷରୁ ମଞ୍ଜୁରୀ ମିଳିଛି। ଏପ୍ରିଲ ୪ରୁ ଲାଗୁ ହୋଇପାରେ ବର୍ଦ୍ଧିତ ଦର। କିନ୍ତୁ ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ୨୦୨୧-୨୨ ପାଇଁ ଏହି ବିଦ୍ୟୁତ ଦର ଘୋଷଣା କରାଯାଇଛି।

ବର୍ଦ୍ଧିତ ୩୦ ପଇସାରୁ ବିଦ୍ୟୁତ୍‌ ପରିବହନ ସଂସ୍ଥା ନେବ ୩ ପଇସା, ମାସିକ ସର୍ବନିମ୍ନ ବିଦ୍ୟୁତ ଦେୟ ଓ ମିଟର ଭଡ଼ା ଅପରିବର୍ତ୍ତିତ ରହିଥିବା ବେଳେ, BPL ଓ କୃଷି ଜଳସେଚନ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି।

ତେବେ ରାଜ୍ୟରେ ନୂଆ ଦର ଜାଣନ୍ତୁ –
ଘରୋଇ ଓ ସିଙ୍ଗଲ୍ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨% ବିଦ୍ୟୁତ ଦେୟ ରିହାତି, ପ୍ରିପେଡ୍‌ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବି ୨ ପ୍ରତିଶତ ରିହାତି ମିଳିବ।
କିନ୍ତୁ ବିପିଏଲ ଓ କୃଷି ଜଳସେଚନ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି।
– ସେହିପରି ମାସିକ ସର୍ବନିମ୍ନ ଦର, ମିଟର ରେଟ ମଧ୍ୟ ଅପରିବର୍ତ୍ତିତ ରହିଛି।
– ଘରୋଇ ଓ ସିଙ୍ଗଲ ଫେଜ୍‌ ଉପଭୋକ୍ତାଙ୍କ ପାଇଁ ୨ପ୍ରତିଶତ ରିହାତି ପ୍ରଦାନ କରାଯିବ।
– ପ୍ରିପେଡ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ମଧ୍ୟ ୨ପ୍ରତିଶତ ରିହାତି ମିଳିବ।
– ଡିଜିଟାଲ ପେମେଣ୍ଟ କଲେ ମଧ୍ୟ ରିହାତି ପ୍ରଦାନ କରାଯିବ।
ନୂଆ ଦର
– ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ଥିଲା ୨ଟଙ୍କା ୭୦ ପଇସା ଏବେ ଏହା ୩୦ ପଇସାକୁ ବୃଦ୍ଧି ପାଇ ୩ଟଙ୍କା ହୋଇଛି।
– ୫୦ୟୁନିଟରୁ ୨ଶହ ୟୁନିଟ ପର୍ଯ୍ୟନ୍ତ ଦର ଥିଲା ୪ ଟଙ୍କା ୫୦ ପଇସା ଏବେ ଏହା ୩୦ ପଇସା ବୃଦ୍ଧି ପାଇ ୪ଟଙ୍କା ୮୦ ପଇସା ହୋଇଛି।
– ୨ଶହ ୟୁନିଟରୁ ୪ ଶହ ୟୁନିଟ ପର୍ଯ୍ୟନ୍ତ ଥିଲା ୫ଟଙ୍କା ୫୦ ପଇସା ଏବେ ୫ଟଙ୍କା ୮୦ ପଇସା
– ୪ଶହ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଥିଲା ୫ଟଙ୍କା ୯୦ ପଇସା ଏବେ ୬ଟଙ୍କା ୨୦ ପଇସା ଦେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.