Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା ସମ୍ବନ୍ଧୀୟ ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା ସମ୍ବନ୍ଧୀୟ ପ୍ରତିଯୋଗିତା

20

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଭଦ୍ରକ ତରଫରୁ ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା ସମ୍ବନ୍ଧୀୟ ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ପର୍ବରେ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକାରଣ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ ଏବଂ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ନେହା ଅଗ୍ରୱାଲ ଏହାକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତା ପର୍ବରେ ଜିଲ୍ଲା ଜଜ୍‌କୋର୍ଟର ସମସ୍ତ ବିଚାରପତି ବୃନ୍ଦ ଯୋଗଦେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତା ପର୍ବରେ ରଚନା, ବକ୍ତୃତା, ଚିତ୍ରାଙ୍କନ ଏବଂ କ୍ଷୁଦ୍ରଗଳ୍ପରେ ଅଭିନୟ କରି କୃତି ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରରୁ ଜୋନାଲ ପର୍ଯ୍ୟାୟକୁ ଉତ୍ତିର୍ଣ୍ଣ ହୋଇଥିଲେ । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସେମାନଙ୍କୁ ଆହୁରି ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବା ମୂଳ ଲକ୍ଷ୍ୟ । ସମସ୍ତ ବିଚାରପତି ବୃନ୍ଦ ସମସ୍ତ ପ୍ରତିଯୋଗୀମାନଙ୍କୁ ଜୀବନରେ ଭଲ ମଣିଷ ହେବା ସହିତ ସମାଜରେ ଚାଲିଥିବା ଅନ୍ଧବିଶ୍ୱାସ, କୁସଂସ୍କାରକୁ ହଟାଇବା ପାଇଁ ଆହ୍ୱାନ କରିଥିଲେ । ଏହି ପ୍ରତିଯୋଗିତା ପର୍ବରେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସମସ୍ତ ସଦସ୍ୟ, ପି.ଏଲ.ଭି. ପ୍ୟାନେଲ ଓକିଲ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.