Home ଓଡ଼ିଶା ଜିଲ୍ଲାସ୍ତରିୟ ବ୍ୟାଙ୍କର୍ସ ସମନ୍ୱୟ ମେଳା,୧୪.୨୬କୋଟି ରୁଣ ପ୍ରଦାନ

ଜିଲ୍ଲାସ୍ତରିୟ ବ୍ୟାଙ୍କର୍ସ ସମନ୍ୱୟ ମେଳା,୧୪.୨୬କୋଟି ରୁଣ ପ୍ରଦାନ

22

ମାଲକାନଗିରି,୩୦ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ସମନ୍ୱୟ ମେଳା ଅନୁଷ୍ଟିତ ହୋଇ ଯାଇଛି । ଏହି ସମନ୍ୱୟ ମେଳାରେ ମୁଖ୍ୟଅତିଥି ଭାବେ ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ ଯୋଗଦେଇ ମହିଳାସ୍ୱୟଂ ସହାୟକ ଗୋଷ୍ଠି ଓ ଅନ୍ୟନ ମାନଙ୍କୁ ରୁଣ ଚେକ୍ ପ୍ରଦାନ କରିଥିଲେ । ଏହି ରୁଣ ମେଳାରେ ଡିଆରଡିଏ ଏପିଡି ବାଲାଜୀ ପଟନାୟକ,ଏପିଡି ଓଏଲଏମ ପବିତ୍ର ମୋହନ ବାରା,ଲିଡ୍ ବ୍ୟାଙ୍କ ପରିଚାଳକ, ଜିଲ୍ଲାସଦର ମହକୁମା ଠାରେ ଥିବା ସମସ୍ତ ବ୍ୟାଙ୍କ ପିରାଚଳକ ଙ୍କ ସହିତ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ରହି ରୁଣଗ୍ରହିତା ମାନଙ୍କୁ ରୁଣର ସଦୁପ ଯୋଗ ଠିକେ ଭାବେ କରିବା ସହିତ ଉଚିତ ସମୟରେ ରୁଣ ପରିସୋଧ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଦ୍ୱତୀୟ ପର୍ଯ୍ୟାୟରେ ୨୮୩ଟି ରୁଣ ଦରଖାସ୍ତା ମଜୁଂର ହୋଇ ଏହି ରୁଣ ମେଳାରେ ସ୍ୱୟଂସହାୟକ ଗୋଷ୍ଠି ଙ୍କ ସହିତ ଅନ୍ୟମାନଙ୍କୁ ୧୪.୨୬ କୋଟି ଟଙ୍କା ରୁଣପ୍ରଦାନ କରାଯାଇଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.