Home କେନ୍ଦୁଝର ଝଣଝଣା ଠାରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ଝଣଝଣା ଠାରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

26

ହାଟଡ଼ିହି-୧୫ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଝଣଝଣା ଠାରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ସେଙ୍ଗଲ ଅଭିଯାନ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ପାଳନ ଉତ୍ସବରେ କଲ୍ୟାଣ ବାସ୍କେ, ସତ୍ୟବ୍ରତ ଜେନା, ଅମ୍ଳାନ ଜେନା, ପ୍ରୀୟଦର୍ଶନୀ ପରିଡା, ବ୍ରଜ କିଶୋର ଜେନା ପ୍ରମୁଖ ଯୋଗଦେଇ ଆଦିବାସୀ ମାନଙ୍କ ଜଳ, ଜଂଗଲ ଜମି, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରିଥିଲେ । ଏବେବି ଅନେକ ଆଦିବାସୀ ଗାଁ ରେ ପାନୀୟଜଳ ସମସ୍ୟା ଥିବାବେଳେ ଅନେକ ଗ୍ରାମରେ ଶିକ୍ଷାର ସୁବ୍ୟବସ୍ଥା ହୋଇପାରିନି । ଅନେକ ଆଦିବାସୀ ଅଞ୍ଚଳର ଲୋକମାନେ ଏବେବି ଅନ୍ଧବିଶ୍ୱାଷରେ ବିଶ୍ୱାସ କରି ଡାକ୍ତରଖାନାକୁ ଯାଉ ନାହାନ୍ତିି । ତେଣୁ ସରକାର ଏହିସବୁ ଆଦିବାସୀ ଅଞ୍ଚଳକୁ ଚିହ୍ନଟକରି ସେହିସବୁ ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଥିଲେ । ଏଥିରେ କାଇରା ମୁଣ୍ଡା, ଯଶୋଦା ମାଝୀ, ଶଙ୍କର୍ଷଣ ମୁର୍ମୁ, କୁନା ମୁଣ୍ଡା, କୃଷ୍ଣ ମାଝୀ, କାଳିଆ ମୁର୍ମୁଙ୍କ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.