Home କୋରାପୁଟ ଜିଲ୍ଲାର ପଛୁଆ ବର୍ଗ ଲୋକଙ୍କ ସାମାଜିକ ତଥା ଶିକ୍ଷାଗତ ସ୍ଥିତିର ସର୍ଭେ ନିମନ୍ତେ  ବ୍ଲକ ଓ...

ଜିଲ୍ଲାର ପଛୁଆ ବର୍ଗ ଲୋକଙ୍କ ସାମାଜିକ ତଥା ଶିକ୍ଷାଗତ ସ୍ଥିତିର ସର୍ଭେ ନିମନ୍ତେ  ବ୍ଲକ ଓ ସହରାଂଚଳ ମାଷ୍ଟ୍ରର ପ୍ରଶିକ୍ଷକଙ୍କ ଦିନିକିଆ ତାଲିମ

75

କୋରାପୁଟ ୧୩-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପଛୁଆ ବର୍ଗ ଲୋକଙ୍କ ସାମାଜିକ ତଥା ଶିକ୍ଷାଗତ ସ୍ଥିତିର ସର୍ଭେ ନିମନ୍ତେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ବ୍ଲକ ଓ ସହରାଂଚଳ ମାଷ୍ଟ୍ରର ପ୍ରଶିକ୍ଷକଙ୍କ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,ଡିପିଏମୟୁ ଉପନିର୍ଦ୍ଦେଶକ  ସୂର୍ଯ୍ୟକାନ୍ତ ବେହେରା ,ଏଚଆରଏମଏସ ଡିସି ସଚ୍ଚିଦାନନ୍ଦ ସାମନ୍ତରାୟ  ଓ ସହାୟକ ଜିଲ୍ଲାପାଳ ଡ. ଅଶୋକ କୁମାର କର୍ଣ୍ଣ  ପ୍ରମୁଖ ଜିଲ୍ଲାସ୍ତରୀୟ ମାଷ୍ଟ୍ରର ପ୍ରଶିକ୍ଷକମାନେ ଯୋଗଦେଇ  ଗୋଷ୍ଠି ଉନ୍ନୟନ ଅଧିକାରୀ , ସହରାଂଚଳ ଅଧିକାରୀ ଓଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରମୁଖ ମାଷ୍ଟ୍ରର ପ୍ରଶିକ୍ଷକଙ୍କୁ ତାଲିମ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ  ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲାସ୍ତରର ୧୪ ଜଣ ଅଧିକାରୀ ଯେଉଁମାନେ  ବ୍ଲକ ଓ ସହରାଂଚଳର ନୋଡାଲ ଅଧିକାରୀଭାବେ ନିଯୁକ୍ତି ପାଇଥିଲେ ସେମାନେ ମଧ୍ୟ  ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.